ବିରହ ବ୍ଯଥା – ସନ୍ଦିପା ଦଳାଇ

  ନୂଆ ଏକ ରଙ୍ଗ ନେଇ ଆସିଥିଲ ମୋର ଏହି ଜୀବନରେ ଆଜି ସେହି ରଙ୍ଗ ଫିକା ପଡିଗଲା ତୁମେ ଫେରି ଯିବା ପରେ !! ଦେଇଥିଲ କଥା ଚାଲୁଥିବ ସାଥେ ହାତ ରଖି ମୋର ହାତେ ଅଧା ବାଟେ ଆଜି କରି ଦେଲ ଏକା ଭୂଲି ପ୍ରତିଶୃତି ଯେତେ !! କଥା ଦେଇ ତୁମେ ରଖିଲନି କଥା ଭାଙ୍ଗି ଦେଲ ହୃଦୟକୁ ପ୍ରତାରଣା ଯଦି ଥିଲା ତୁମ ମନେ […]

ଶ୍ରୀକ୍ଷେତ୍ରେ ପ୍ରୀତି ଝଂଙ୍କାର – ସେହ୍ନପ୍ରଭା ମୁନି

  ମୋ ବନ୍ଧୁ ଅଛନ୍ତି ପରା ଶିରିକ୍ଷେତ୍ରରେ, ଦେଖିବାକୁ ଯିବି ତାଙ୍କୁ ନେତ୍ରେ ମୁଁ ଥରେ. ମହାବାହୁ ଟେକିଛନ୍ତି ଭକତଙ୍କୁ ଡାକୁଛନ୍ତି, ପଚାରି ବୁଝନ୍ତି ଦୁଃଖ କେଡେ ଶ୍ରଦ୍ଧାରେ. ରତ୍ନ ଆସନ ରେ ବସି ଚାହିଁଛନ୍ତି ଦିବାନିସି, ପଲକ ପକାନ୍ତି ନାହିଁ ସେଇ ଆଖିରେ. ଚକା ଚକା ଦୁଇ ଆଖି ଭାରି ଶୋଭା ଦିଶୁଅଛି, ଥରେ ଚାହିଁ ଦେଲେ ଭୁଲି ହୁଏନି ବାରେ. ମୋ ବନ୍ଧୁ ଅଛନ୍ତି ପରା ଶିରିକ୍ଷେତ୍ରରେ […]

ତୁମ ଅପେକ୍ଷାରେ – ସୋନାଲି ସ୍ବପ୍ନା ପାତ୍ର

  ତୁମରି ଅପେକ୍ଷାରେ ମୁଁ ନିସ୍ତବ୍ଧ ହୋଇଯାଇଛି, ଛାତିର ସ୍ପନ୍ଦନ ସତେ ଯେମିତି ଅଟକି ଯାଇଛି । ମନର ବେଦନାକୁ କେତେଯେ ଆଉ ବୁକୁ ତଳେ ଚାପି ରଖିବି, ଧିରେ ଧିରେ ଭସ୍ମ ହେଲା ଭଳି ମଧ୍ୟ ଅନୁଭବ କଲିଣି । ତଥାପି ତୁମ ଅପେକ୍ଷାରେ…… ତୁମେ ଫେରିଆସି ଫୁଟୁଥିବା ଫୁଲକୁ ଆପଣେଇ ନିଅ, ତୁମ ସ୍ପର୍ଶରେ ନୂତନ ଜୀବନର ଦିଗ ଦେଖାଇଦିଅ । ଆଉ ଜଳି ଜଳି ଶେଷ […]

ସକାଳ ମାଗୁଣି କାଳିଆକୁ – କଳ୍ପନା ରାୟ

  କେତେ ଯେ ସଂସାର ଉଚ୍ଛନ୍ନ କଲଣି ତୋର ପରା ଚକାଡୋଳା ସିନ୍ଦୂର ଯାଇଛି, ପୁଅ ହରାଇଛି ବାର୍ଦ୍ଧକ୍ୟେ ଵୁଡୁଛି ଭେଳା ଇୟେ କି ତୋହର ଖେଳା ବୁଢ଼ା ବାପ କାନ୍ଧ ଶବକୁ ଟେକୁଛି ଧନ୍ୟ ପ୍ରଭୁ ତୋର ଲୀଳା ପାପ କେ କରୁଛି ଖୁସି ମନାଉଛି ଭୋଗେ ତାକୁ ଆଉ କିଏ ଅଦୃଶ୍ୟ ଭୁତାଣୁ ଆତଙ୍କ କରିଛି ଘରେ ଘରେ ଦୁଃଖ ସିଏ ବାରଣ କରିବ କିଏ କେତେ […]

ସରହଦେ ସୈନିକ – ଅମରଜିତ୍ ମଲ୍ଲିକ

ରାତ୍ରି ଅନ୍ଧକାରେ ସରହଦ ପରେ ସୈନିକ ଆମର ଠିଆ କି ବରଷା ଶୀତ ଆମରି ଶୁରକ୍ଷେ ଛାଡ଼ି ତାଙ୍କ ବାପା ମାଆ।।୧। ନିଜ ବାପା ମାଆ ପର କରି ସିଏ କରନ୍ତି ଦେଶର ସେବା ସମସ୍ତେ କୁହନ୍ତି ପାଗଳ ସେ ଅଟେ ଆଉ କ’ଣ କୁହନ୍ତି ଅବା।।୨। ବନ୍ଧୁ ପରିଜନ ଆତ୍ମୀୟ ସ୍ୱଜନ ଭୁଲି ଗଲୁ ବୋଲି କୁହନ୍ତି ସମୟଯେ ନାହିଁ ତାଙ୍କରି ପାଖରେ ଏକଥା କେହି ନ ଭାବନ୍ତି।।୩। […]

ମରିବି ସତ ଭାଳଇ ତୋ ପାଇଁ ହେବି ଦୁଃଖିତ – ସୀମାଞ୍ଚଳ ପଣ୍ଡା

  ବୋଲଇ    ଗଛ, ଏବେ ମୁଁ   କେମିତି  ହୋଇଲି ପଛ? ସତ  କହ    ଆରେ   ମଣିଷ  ଭାଇ, କି କାରଣେ ମୋତେ ଦେଲୁ ଦୂରେଇ, ଛାଡ଼ିଲେମୋତେ, ଏଇ     ମରତେ, ବଞ୍ଚି କି   ପାରିବୁ   ପରାଣ    ନେଇ? କିଦୋଷେ ମୋର, କରୁଛୁ     ବିନାଶ    ନାହିଁ   ଆଦର। ଜନମ   କାଳରୁ  ମୋ  ସଙ୍ଗେ  ରହି, ମୋ କୋଳେ ବଢିଲୁ ମୋହର ଖାଇ, ପାଇଲୁ    […]

ମାଆର ମମତା – ରାଜ କିଶୋର ମୁଣ୍ଡି

ମାଆ ମୋର ପୁଣ୍ୟତ୍ଵୟା ମର୍ତ୍ତ୍ୟର ଜାହ୍ନବୀ ତ୍ୟାଗ ଆଉ ଉତ୍ସର୍ଗର ମୃତ୍ତିମନ୍ତ ଦେବୀ ! ମାଆ ମୋର ଚିରସ୍ରୋତା ଅମୃତର ଧାରା ସବୁ ଅଳି ଅର୍ଦ୍ଦଳିକୁ ସହିଯାଏ ପରା ! ମାଆ ମୋର ଅନ୍ଧାରରେ ଆଲୋକର ବତି ସକାଳର ଧୂପ ଆଉ ସନ୍ଧ୍ୟାର ଆଳତୀ ! ମାଆ ମୋର ଧର୍ଯ୍ୟ ଆଉ ଦେହର ଶକତି ଦିଅଇ ସାହାସ ସଦା ମନରେ ଭକତି ! ମାଆ ମୋର ମମତାର ସୀମାହୀନ ସାଗର […]

ହଁ ହଁ ମୁଁ ନାରୀ – ଡମ୍ବରୁଧର ବେହେରା

ହଁ ହଁ ମୁଁ ନାରୀ ନୁହେଁ ମୁଁ ଦାରୀ କରେ ମୁଁ ପାରି କହେ ନି ଡରି ସ୍ୱର ଥାଇ ମୁଁ ଅର୍ଦ୍ଧେଶ୍ୱରୀ…।। କହେ ନି ମରି ସ୍ବପ୍ନ ଥାଇ ମୁଁ ପାରେ ନି ଦେଖି ଇଚ୍ଛା ଥାଇ ମୁଁ ପାରେ ନି ରଖି ନାହିଁ ମୋ ଡର ନ କରେ ପର ଜୀଏଁ ନା ମରି କଷ୍ଟ ମୋ ଭାରି ହଁ ହଁ ମୁଁ ନାରୀ ଅପସରୀ….।। ଡମ୍ବରୁଧର […]

ଅଭିସାର – ପଣ୍ଡିତ ଅଭୟ କୁମାର ତ୍ରିପାଠୀଶର୍ମା

ମନ ଆତ୍ମା ହେଲେ ଏକାକାର ମିଳନ ପରମାତ୍ମାର ଏଯେ ଅଭିସାର ll ନାରୀ ପୁରୁଷର ମିଳନର ପର୍ବ ଜ୍ୟୋତ୍ସ୍ନା ବିଧୌତ ଯାମିନୀ ଏଯେ ଅଭିସାର ll କମଳ କୁସୁମ ଜଳେ ଥାଇ ନିରିଖଇ ଗଗନ ବିହାରୀ ଏଯେ ଅଭିସାର ll କୁମୁଦିନୀ ଚନ୍ଦ୍ରାସିକ୍ତ ରଜନୀରେ ଚନ୍ଦ୍ରକୁ ମନରେ ଧରେ ଏଯେ ଅଭିସାର ll ପ୍ରେମିକ ପ୍ରେମିକା ଯୁଗଳ ପ୍ରେମେ ଅଜଣା ମୁଲକେ ଭ୍ରମେ ଏଯେ ଅଭିସାର ll ଗରାଖେ ପ୍ରତୀକ୍ଷା […]

Subscribe US Now