ଉତ୍କଳ ମଣିରତନ – ମମତା ବାରିକ

Views: 16
0 0
Read Time:1 Minute, 32 Second

ହେ ବିର ସ୍ୱଦେଶହିତୈଶୀ
ପିତା,ମାତା ଙ୍କର ଯସ୍ୱଶୀ।

ପୁରୀ ସୁଆଣ୍ଡୋ ଅଧିବାସୀ
ଉତ୍କଳମଣି ନାମେ ଖ୍ୟାତି।

ଦୁଃଖି ପ୍ରତି ଥିଲ ଦରଦୀ
ପୁତ୍ର ପ୍ରେମେ ନହେଲ ବନ୍ଧୀ।

ଆସୁ ଯେତେ ବନ୍ୟା ମରୁଡି
ଅଗ୍ରସରେ ନଥିଲା ଆପତ୍ତି।

ଦେଇଥିଲ ତୁମେ ଆହ୍ୱାନ
ଭାଷା ଆମ ପ୍ରାଣ ସ୍ପନ୍ଦନ।

କୃତି ତୁମ କାରାକବିତା
ଆଉ ବନ୍ଦୀର ଆତ୍ମକଥା।

ସମାଜ ପୃଷ୍ଠାରେ ରଚିଲ
ବ୍ରିଟିଶ ଙ୍କର ଅବିଚାର।

ଜନ ମନରେ ସୃଷ୍ଟି କଲ
ସ୍ୱଦେଶ ପ୍ରିତୀ ଅଧିକାର।

୧୯୨୮ ଜୁନ ୧୭ ତାରିଖ ଦିନ
କଲ ଦୁନିଆ ଅନ୍ଧକାର।।

ମମତା ବାରିକ,ଯାଜପୁର,ବାରବାଟୀ, ବାମଦେବପୁର

Share this :
Next Post

ଶରତ ଆସିଛି କାଶତଣ୍ଡି ଫୁଲେ ବିଶ୍ୱମ୍ଭରା ଦିଶଇ ସୁନ୍ଦର - ଦୀପକ କୁମାର ଦାଶ

ସତେ ଅବା ପଡ଼ିଅଛି ଧବଳ ଚାଦର ନଥାଉତା ଭାଗ୍ୟ ଦିଅଁ ର ମଥାରେ ଦର୍ଶକର ମନ ଯିଣେ ଯୌବନ ଆଭାରେ ,,,, ବାରୁଣୀ ଆକାଶେ ଦେଖ ଗୋଧୂଳିର ଲଗ୍ନ ସନ୍ଧ୍ୟାରେ ମୋ ଗାଁ ଲାଗେ ସରଗ ସମାନ ରଙ୍ଗଣୀ ଫୁଲର ଦେଖ ମୁଗ୍ଧ ପଟୁଆର ଭାସଇ ବୋଇତ ଦେଖ ନୀଳ ସମୁଦ୍ରର ,,,, କୃଷ୍ଣଚୂଡ଼ା ଦେହେ ଦେଖ ରଙ୍ଗ ଲାଗି ଅଛି ଚାଳରେ ଲାଉ ପୋଇ ସବୁଜଉପତ୍ୟାକାର ଭ୍ରମଯେ କରିଛି […]

Subscribe US Now