କବି ତୁମେ – ଡ.ପ୍ରିୟମ୍ବଦା ସାମଲ

Views: 27
0 0
Read Time:2 Minute, 0 Second

ତୁମେ ଫୁଲକୁ ଛୁଇଁଲେ
କେମିତି ରଂଗା ପଡିଯାଏ ଫୁଲ
ଜୁଡାର ଅନ୍ଧାର ଭିତରେ।
ତୁମେ କଲମ ଛୁଇଁଲେ
କେମିତି ଗାରେଇ ଯାଅ
କିଛି ଲେଖିବନି କହି
କଣ ଯେ ନଲେଖ ତୁମେ
ହୋଇଯାଏ ପ୍ରଗଳଭା
ପାଠିକାଟିଏ ତୁମ
କବିତ୍ବ ମୋହରେ।
ତୁମେ ସମୁଦ୍ର ଛୁଇଁଲେ
ନିସ୍ତବ୍ଧ ହୋଇଯାଏ ସମୁଦ୍ରଟା
ଢେଉ ସବୁ ଚୁପ୍ ଚାପ୍
ବେଳାଭୂମି କୁ ଚୁମନ୍ତି,
ତୁମେ ଆକାଶ ଛୁଇଁଲେ
ଆକାଶ ଓହ୍ଲାଇ ଆସେ
ଦିଗ୍ ବଳୟଦେଇ
ତୁମରି ପାଖକୁ,
ତୁମେ ଧରାକୁ ଛୁଇଁଲେ
ଫୁଟି ଉଠେ ଫୁଲସବୁ
ନାଲି ନେଳି ହଳଦୀ ରଂଗରେ
ତୁମରି ସୁହାଗ ନେଇ
ସ୍ବପ୍ନ ସବୁ ଉସୁକାଇ
ଧରେଇ ଦିଅ ରଂଗର ତୁଳୀଟିଏ
ଆଙ୍କିବାକୁ ଛବି ସବୁ
ଆକାଶ, ଧରା, ଫୁଲ ସବୁ
କେବଳ ତୁମ କବିତ୍ବ ମୋହରେ।

ଡ.ପ୍ରିୟମ୍ବଦା ସାମଲ
ପାରଳାଖେମୁଣ୍ଡି, ଗଜପତି

Share this :
Next Post

ଆହେ ଚକାଆଖି - ଅମୂଲ୍ଯ କୁମାର ନାୟକ

  କୁହ ଚକାଆଖି କାହିଁକି ମଉନେ ଅଣସର ନେଲ ବରି ସତରେ ତୁମକୁ ଜ୍ବର କି ଆସୁଛି ନା ମାନବୀୟ ଲୀଳାକରି ? ଦାରୁବ୍ରହ୍ମ ପ୍ରଭୁ ଦାରୁର ମୂରତ୍ତି ତାକୁ କେଉଁ ରୋଗ ହେବ ? ମୁଁ ସିନା ମଣିଷ ଭରା ହାଡ ମାଂସ ସବୁ ବ୍ଯାଧି ମତେ ହେବ ! ପାଞ୍ଚ ଟଂକାରେ ମୋ ଡାଲମା ଭାତକୁ ପଚିଶି ଟଂକାରେ ଓଷ, ଜଡି ବୁଟି ଆଉ କାମ ଦେଉନାହିଁ […]

Subscribe US Now