ରଥଯାତ୍ରା – ପଣ୍ଡିତ ଅଭୟ କୁମାର ତ୍ରିପାଠୀଶର୍ମା

Views: 33
1 0
Read Time:3 Minute, 8 Second

 

ଏ ସାରା ବିଶ୍ୱରେ ଭୂମିଠାରୁ ଭୂମା
ଶ୍ରେଷ୍ଠ ମୋ ଭାରତ ବର୍ଷ,
ତା’ମଧ୍ୟେ ଉତ୍କଳ ସର୍ବଶ୍ରେଷ୍ଠ ଅଟେ
ମୋର ଜଗନ୍ନାଥ ଦେଶ,
ବିଶ୍ୱ ପ୍ରସିଦ୍ଧ ତା’ ରଥଯାତ…….
ବେନି ଭାଇସଙ୍ଗେ ଭଉଣୀ ସୁଭଦ୍ରା
ଯାଆନ୍ତି ଉଡାଇ ନେତ ll ୧
ଆଗେ ବଳଭଦ୍ର ମଝିରେ ସୁଭଦ୍ରା
ପଛେ ଜଗତରନାଥ,
ସୁଦର୍ଶନ ସାଥେ ବଡଦାଣ୍ଡ ପଥେ
ଯାଆନ୍ତି ଦର୍ଶନେ ମାତ,
ଗୁଣ୍ଡିଚା ମାଉସୀ ମାଆଘର……
ବାହାନା ଏସବୁ ପତିତ ଉଦ୍ଧାର
ଉଦ୍ଦେଶ୍ୟ ଅଟେ ତାଙ୍କର ll ୨
ଏମନ୍ତ ଠାକୁର ମୋ ଜଗା ବଳିଆ
ଭକତ ଭାବକୁ ବହି,
ବଳିଆ ଡାକରେ ବାଲି ରଥପରେ
ବିଜେ କରିଥିଲେ ଯାଇ,
ଛାଡି ନିଜ ନନ୍ଦିଘୋଷ ରଥ…….
ରଥଯାତ୍ରା କରି ଆନନ୍ଦ ଲଭିଲେ
ସେ ପ୍ରଭୁ କଳା ସାଆନ୍ତ ll ୩
ଭାବ ବିନୋଦିଆ ମୋ ଚକାଆଖିଆ
ଶୁଣି ଯବନର ଡାକ,
ଅଟକାଇ ଥିଲେ ସେ ବଡଦାଣ୍ଡରେ
ନିଜର ସେ ରଥଚକ,
ସରବେ ଚକିତ ହୋଇଗଲେ…….
କିଛି ଦଣ୍ଡପାଇଁ ରଥଯାତ୍ରା ସ୍ଥିର
ସାଲବେଗେ ଅଣାଇଲେ ll ୪
ପାଞ୍ଚକ୍ରୋଶ ଦୂରୁ ଡାକିଲା ଭକତ
ବାଳକ ଯାଜପୁରିଆ,
ତା’ ଡାକକୁ ଶୁଣି ରଥ ରଖିଦେଲେ
ଭକ୍ତ ଭାବ ବିନୋଦିଆ,
ସେହି କଳାକାହ୍ନୁ ନଟବର…….
ରଥ ଯତରାକୁ ଅଟକାଇଛନ୍ତି
ଆଗରୁ ସେ ବହୁବାର ll ୫

ପଣ୍ଡିତ ଅଭୟ କୁମାର ତ୍ରିପାଠୀଶର୍ମା
(ସମ୍ପାଦକ ଯୁଗଜ୍ୟୋତି, କୁଆଖିଆ )
ଖଣ୍ଡିତର, ରସୁଲପୁର, ଯାଜପୁର

Share this :
Next Post

ପହଣ୍ଡି ବିଜେ - ଗୋପେନ୍ଦ୍ର ସାହୁ

ସଖୀ ଚାହାଁ ଲୋ ବାରେ ସେଇ କଳାଦିଅଁ କୁ, କେତେ ହଲି ଝୁଲି ଭକ୍ତ ସଙ୍ଗେ ମିଳି ଆସୁଛି କାଳିଆ ପହଣ୍ଡି କରି ଲୋ ନନ୍ଦିଘୋଷ କୁ…।। ମୁଣ୍ଡ କୁ ହଲେଇ ଟାହିଆ ଝୁଲେଇ ତ୍ରିଭଙ୍ଗୀ ଠାଣି ରେ ଚାହିଁ, ଭକତ ର କାନ୍ଧେ କାନ୍ଧ ଦେଇ ଚାଲି ଆସୁଛି କଳା ଗୋସେଇଁ; ଭାବ ଆଖି ମେଲି ଲୀଳା ଦେଖ ଖାଲି କି ଖେଳ ଖେଳୁଛି ସେ ଭାବଗ୍ରାହୀ ଲୋ […]

Subscribe US Now