ପହଣ୍ଡି ବିଜେ – ଗୋପେନ୍ଦ୍ର ସାହୁ

Views: 33
0 0
Read Time:1 Minute, 48 Second

ସଖୀ ଚାହାଁ ଲୋ
ବାରେ ସେଇ କଳାଦିଅଁ କୁ,
କେତେ ହଲି ଝୁଲି ଭକ୍ତ ସଙ୍ଗେ ମିଳି
ଆସୁଛି କାଳିଆ ପହଣ୍ଡି କରି ଲୋ
ନନ୍ଦିଘୋଷ କୁ…।।
ମୁଣ୍ଡ କୁ ହଲେଇ ଟାହିଆ ଝୁଲେଇ
ତ୍ରିଭଙ୍ଗୀ ଠାଣି ରେ ଚାହିଁ,
ଭକତ ର କାନ୍ଧେ କାନ୍ଧ ଦେଇ ଚାଲି
ଆସୁଛି କଳା ଗୋସେଇଁ;
ଭାବ ଆଖି ମେଲି ଲୀଳା ଦେଖ ଖାଲି
କି ଖେଳ ଖେଳୁଛି ସେ ଭାବଗ୍ରାହୀ ଲୋ
ଗୋଚର ତାକୁ…।।
ଘଣ୍ଟ ଘଣ୍ଟା ଶଙ୍ଖ ଖୋଳ ତାଳ ସଙ୍ଗେ
ହରିବୋଲ ହୁଳହୁଳି,
ଆଲଟ ଚାମର ସେବା ପାଇ ସେତ
ଆସେ ଟିକେ ରହି ରହି;
ବଡ଼ ଦାଣ୍ଡ ଧୂଳି ସାରା ଅଙ୍ଗେ ବୋଳି
କି ରଙ୍ଗେ ହସୁଛି ଭକତରଙ୍କା ଲୋ
ପାଇ ଭକ୍ତ ଙ୍କୁ….।।

ଗୋପେନ୍ଦ୍ର ସାହୁ
ଖଲ୍ଲିକୋଟ ଆର୍ ଏସ୍, ଖଲ୍ଲିକୋଟ ଗଞ୍ଜାମ

Share this :
Next Post

ପ୍ରତିଶୃତି - ଶ୍ରୀରାମ ସାହୁ

ଭୁଲିବାକୁ ଇଛାକଲେ ଭୁଲିବି ପାରେନା ମରମ ତଳର ନିଆଁ ଲିଭାଇ ହୁଏନା। ଜଳିଜଳି ଦଗ୍ଧିଭୂତ ତନୁମନ ମୋର ପାରୁନାହିଁ ସହି ପୁଣି ଭାବେ ନିରନ୍ତର। ସାଇତା ସପନ ଯେତେ ଚୁର୍ ମାର୍ ହୁଏ। ଟାଣପଣ ଯାହାଥିଲା ସବୁ ଭାଙ୍ଗିଯାଏ। ନୀରବରେ ସହିଯାଏ ମାନ ଅପମାନ। ଜିଇଁବା ମୁସ୍କିଲ ଏଠି ନାହିଁ ସନମାନ। ତମାମ ଆୟୁଷ ଲାଗେ ବାଦୀ ପାଲାପରି। ସ୍ବାର୍ଥନ୍ଵେଷୀ ନରହୋଇ ସାଜଇ ବଇରୀ। ମମତାର ମୂଲତୁଚ୍ଛ ଅଢେଇ ଦିନିଆ। […]

Subscribe US Now