ସବୁତକ ଦେଇଛ – ଡ.ପ୍ରିୟମ୍ବଦା ସାମଲ

Views: 27
0 0
Read Time:1 Minute, 39 Second

ଦେଇଛ ନୟନ କରୁଛି ଦର୍ଶନ
କାଳିଆ ବଦନ ନିତି
କରୁଛି ଶ୍ରବଣ ଦେଇଅଛ କର୍ଣ୍ଣ
ଅମ୍ରୁତ ସମାନ ଗୀତି।
ଦେଇଛ ହସ୍ତ ପ୍ରଭୁ ପୂଜୁଛି ନିତ୍ଯ
ସଜାଉଛି ଫୁଲ ମାଳେ
ପଦ ଦେଇଅଛ ଯିବି ଶଙ୍ଖକ୍ଷେତ୍ର
ଦର୍ଶନ କରିବି ଭୋଳେ।
ମୁଖ ଦେଇଅଛ ଗାଉଛି ହେ ପ୍ରଭୁ
ତୁମରି ସହସ୍ର ଭଜନ
ନାସା ଦେଇଅଛ ଆଘ୍ରାଣ କରୁଛି
ସଦା ତୁଳସୀ ଚନ୍ଦନ।
ହ୍ରୁଦୟ ଦେଇଛ ସାଇତି ରଖିଛି
ତୁମରି ମୁରତି ମୋ ଧନ
ଜୀବ ଗଲାବେଳେ ତୁମ ନାମ ଗାଇ
ହେଉ ଏ ଜୀବନ ଧନ୍ଯ।
ସବୁତ ଦେଇଛ କିଛି ମାଗୁନାହିଁ
ଧନ ଜନ ଅବା ମାନ
ଜଗତର ଦୁଃଖ ହରଣ କର ହେ
ଏତିକି ମୋ ନିବେଦନ।

ଡ.ପ୍ରିୟମ୍ବଦା ସାମଲ
ପାରଳାଖେମୁଣ୍ଡି ,ଗଜପତି

Share this :
Next Post

Just for you! - Dr.Prasana Kumar Dalai

JUST FOR YOU! Some one,like you could love me! You can’t place no one above me. Is this feeling of two hearts? Only you can answer! I used to keep dreaming on or just forget you? God knows,you will knew. I have forget all the words you have spoken. No […]

Subscribe US Now