ଏମିତି କାହିଁକି କଲୁ – ଶ୍ରୀକାନ୍ତ ପଣ୍ଡା

Views: 16
0 0
Read Time:3 Minute, 54 Second

 

ଏ କି କଥା ହେଲା ଦୁନିଆ ଦେଖିଲା
ଭାରିଯାର ରାଗ କେତେ
ଗୋଟେ ଦିନ କହି ଗେରସ୍ତ ଯାଇଛି
ନ ଫେରିଲା ଦିନ ମତେ ।।

ଭାରିଯାକୁ ଛାଡ଼ି ଭଉଣୀ ସାଥୀରେ
ବଡଭାଇକୁ ସେ ନେଲା
ଭାରିଯାଟି ଏକା ଦିନ ଗଣୁଅଛି
ଅଧୈର୍ଯ୍ୟ ମନେ ରହିଲା ।।

ଚାରିଦିନ ପରେ ପାଞ୍ଚଦିନ ହେଲା
ଗେରସ୍ତ ଯା’ ନ ଫେରିଲା
ରାତି ଅଧଟାରେ ସ୍ବର୍ଣ୍ଣଲକ୍ଷ୍ମୀ ହୋଇ
ରାଗ ତମ ହୋଇ ଗଲା ।।

ସେବାୟତ ସାଥେ ପାଲିଙ୍କିରେ ଚଢ଼ି
ରାତିରେ ଦେଖିବ ଗଲା
ଗେରସ୍ତ ତାହାର ଗୁଣ୍ଡିଚା ଘରେ ଲୋ
ଲଗେଇଛି ସେ କି ପାଲା ।।

ଗେରସ୍ତ ଦେଖିଲା ଗୁଣ୍ଡିଚା ଦୁଆରୁ
ଭାରିଯା ତା’ ଆସୁଅଛି
ବିବର୍ଣ୍ଣ ବଦନ ଦେଖି ଗେରସ୍ତ ଲୋ
କବାଟକୁ ଆଉଜୁଛି ।।

ଭାରିଯା ଦେଖିଲା ଗେରସ୍ତ ତାହାର
କବାଟ ଫାଙ୍କେ ଲୁଚିଲା
କିଛି ନ କହି ସେ ଫେରିବା ବାଟରେ
ରଥକୁ ତା’ ଭାଙ୍ଗିଦେଲା ।।

ଅଧା ରାଗ ତାର ଶାନ୍ତ ହୋଇଗଲା
ମନ ବୁଝାଇ ଫେରିଲା
ରହରେ ଗେରସ୍ତ କେବେ ତୁ ଫେରିବୁ
ରତ୍ନ ମଣ୍ଡପକୁ ଭଲା ।।

କୁହାଟ ଛାଡ଼ିବୁ ରଡ଼ି କରୁଥିବୁ
କବାଟ ଖୋଅଲ ଭଲା
ଜମା ଶୁଣିବିନି ଠିଆ ହୋଇଥିବୁ
ସିଂହଦ୍ବାରେ ଦେବି ତାଲା ।।

ଭାଇ ଭଉଣୀ ତୋ’ ବଡ଼ ହୋଇଗଲେ
ଭାରିଯାକୁ ଗଲୁ ଭୁଲି
ବାହାହୋଇ ମୋତେ ଘର ଜଗାଇବୁ
କହୁଛୁ ସାନ୍ତାଣୀ ବୋଲି ।।

ତୋର ମନେ ଯଦି ଏତେକଥା ଥିଲା
କାହିଁକି ବାହା ଯେ ହେଲୁ
ଭଲପାଉ ବୋଲି ମୋତେ କହୁଥିଲୁ
କାହିଁକି ଏମିତି କଲୁ ।।

ଏଇ କଣ ତୋର ଭଲ ପାଇବା ଯେ
ଏକା କରି ଛାଡ଼ି ଗଲୁ
ତୋ’ବିନା କେମିତି ରହିବି କହରେ
କାହିଁକି ଏମିତି କଲୁ

ତୁ କାହିଁକି ଏମିତି କଲୁ ।।

ଶ୍ରୀକାନ୍ତ ପଣ୍ଡା
ବସନ୍ତିଆ
ଭଦ୍ରକ

Share this :
Next Post

ଏମିତିକା ହେଉ - ସୁବ୍ରତ କୁମାର ଦାଶ

ଅନ୍ତର ଭାବନା ଟି ଏମିତିକା ଶୁଦ୍ଧ ହେଉ ହୃଦୟରେ ଉଲ୍ଲାସ ଖେଳୁ।। କର୍ମ ଏମିତିକା ହେଉ ଜୀବନରେ ସବୁକିଛି ଦୁଃଖର ଶୁନ୍ୟତା ମିଳୁ।। ମୁହଁରୁ ନିଶୃତ ଶବ୍ଦ ଏମିତିକା ହେଉ କାହା ଆତ୍ମାରେ କଷ୍ଟ ନ ହେଉ। ଶ୍ରମଟା ଏମିତିକା ଭାବରେ କରା ଯାଉ ଜୀବିକା ଟି ଶାନ୍ତିମୟ ହେଉ।। ବର୍ତମାନ ଟା ଏମିତିକା ହେଉ ଅତୀତଟା ଏକ ସୁନ୍ଦର ସ୍ମୃତି ହେଉ।। ଉପଦେଶ ଟି ଏମିତିକା ହେଉ ଜୀବନଟା […]

Subscribe US Now