ଏମିତିକା ହେଉ – ସୁବ୍ରତ କୁମାର ଦାଶ

Views: 29
0 0
Read Time:2 Minute, 21 Second

ଅନ୍ତର ଭାବନା ଟି ଏମିତିକା
ଶୁଦ୍ଧ ହେଉ ହୃଦୟରେ
ଉଲ୍ଲାସ ଖେଳୁ।।
କର୍ମ ଏମିତିକା ହେଉ ଜୀବନରେ
ସବୁକିଛି ଦୁଃଖର
ଶୁନ୍ୟତା ମିଳୁ।।
ମୁହଁରୁ ନିଶୃତ ଶବ୍ଦ ଏମିତିକା
ହେଉ କାହା ଆତ୍ମାରେ
କଷ୍ଟ ନ ହେଉ।
ଶ୍ରମଟା ଏମିତିକା ଭାବରେ କରା ଯାଉ
ଜୀବିକା ଟି
ଶାନ୍ତିମୟ ହେଉ।।
ବର୍ତମାନ ଟା ଏମିତିକା ହେଉ
ଅତୀତଟା ଏକ ସୁନ୍ଦର
ସ୍ମୃତି ହେଉ।।
ଉପଦେଶ ଟି ଏମିତିକା ହେଉ
ଜୀବନଟା ପରିବର୍ତ୍ତନ
ହେଇଯାଉ।।
ପ୍ରୋତ୍ସାହନ ଏମିତିକା ହେଉ ଅନ୍ୟର
ପ୍ରେରଣା ର ଉତ୍ସାହ
ହୋଇ ଯାଉ।।
ଜୀଵନର ମୂଲ୍ୟ ଏମିତିକା ଵୁଝ
ମଣିଷ ଜୀବନଟା
ସାର୍ଥକ ‌ହେଉ।।
ବିଚାର ଏମିତିକା ନିରପେକ୍ଷ ହେଉ
ସମାଜରେ ଧର୍ମ ର
ଜୟ ହେଉ।।
ସ୍ନେହଶ୍ରଦ୍ଧା ଏମିତିକା ଜାଗୃତ ହେଉ
ପର ଆପଣା ବିଚାର
ନ ଆସୁ।।
ଲେଖାଟି ଏମିତିକା ହେଉ ସମାଜର
କଲ୍ୟାଣ ଓ ଭଲପାଇବା ରେ
ବାନ୍ଧି ରଖୁ।।

ସୁବ୍ରତ କୁମାର ଦାଶ
ମଙ୍ଗଳପୁର,ଯାଜପୁର

Share this :
Next Post

ଝାଡୁ - ଗୌରହରି ସାହୁ

ମୋ ସୁନାଝିଅ ଲୋ ଶାଶୁଘରେ ମୋର କଥା ରଖିଥିବୁ ମନେ ବାପା ମାଆ ନାଆଁ ପକାଇବୁ ନାହିଁ ତଳେ କେବେ ହେଲେ ଦିନେ।୧ ଗୃହୋପକରଣେ ଝାଡୁ ମୂଲ୍ୟବାନ ସ୍ଥାନ ତା ଐଶାନ୍ୟ କୋଣେ ରଖିଵୁ ଯତନେ କଵାଟର କଣେ ନ ଫିଙ୍ଗିବୁ ଏଣେ ତେଣେ।୨। ଆଚାରରେ ଲକ୍ଷ୍ମୀ ବିଚାରେ ପଣ୍ଡିତ ଏହି କଥା ଅଛୁ ଶୁଣି ଘର ପରିଷ୍କାର ମନ ପରିଷ୍କାର ଦେଖିଥାଏ କମଳିନୀ ୩। ଗୃହ ପରିଷ୍କାର କରିବା […]

Subscribe US Now