ଶ୍ରୀଶଙ୍କରାଚାର୍ଯ୍ୟ.ପଣ୍ଡିତ ଅଭୟ କୁମାର ତ୍ରିପାଠୀଶର୍ମା

Views: 11
0 0
Read Time:3 Minute, 56 Second

ଶ୍ରୀଶଙ୍କରାଚାର୍ଯ୍ୟ

ପଣ୍ଡିତ ଅଭୟ କୁମାର ତ୍ରିପାଠୀଶର୍ମା

ଜଗତେ ବିଦିତ ଗୁରୁ ପରମ୍ପରା
ଶ୍ରେଷ୍ଠ ସନାତନୀ ଭାବ l
ନାରାୟଣଙ୍କଠୁ ଶଙ୍କର ପର୍ଯ୍ୟନ୍ତ
ଚାଲୁଛି ସଂସାର ନାଵ ll
ନାରାୟଣ ଶିଷ୍ୟ ପ୍ରଜାପତି ବ୍ରହ୍ମା
ବଶିଷ୍ଠ ଶିଷ୍ୟ ତାଙ୍କର l
ଶକ୍ତିଙ୍କର ପୁତ୍ର ପରାଶର ମୁନି
ବ୍ୟାସଯେ ତାଙ୍କ କୁମର ll
ତାଙ୍କ ପୁତ୍ର ଶୁକ, ଗୌଡ଼ପଦ ଶିଷ୍ୟ
ମହାନ୍ତ ହୋଇଲେ ଶିଷ୍ୟ l
ଗୋବିନ୍ଦ ତାପରେ ଯୋଗୀନ୍ଦ୍ର ଯେ ଶିଷ୍ୟ
ମଥାପଦ୍ମ ତାଙ୍କ ଶିଷ୍ୟ ll
ଶ୍ରୀଶଙ୍କରାଚାର୍ଯ୍ୟ ତାଙ୍କର ଯେ ଶିଷ୍ୟ
ଆଦି ଶଙ୍କର ନାମରେ l
ସଂସାରେ ସଂସ୍କାର ଆଣି ଚଳଣିରେ
ଧର୍ମକୁ ସ୍ଥାପନା କଲେ ll
ତ୍ରୋଟକଙ୍କ ଶିଷ୍ୟ ବାର୍ତ୍ତିକ ହୋଇଲେ
ତାଙ୍କ ଶିଷ୍ୟ କାରମନ୍ୟ l
ବ୍ରହ୍ମାନନ୍ଦ ସର- ସ୍ବତୀ ଗୁରୁବର
ପରମ୍ପରା ଅଗ୍ରଗଣ୍ୟ ll
ସେହି ପରମ୍ପରା ରକ୍ଷା କରୁଛନ୍ତି
ନିଶ୍ଚଳାନନ୍ଦ ଇତ୍ୟାଦି l
ଅଶେଷ ଜ୍ଞାନର ଭଣ୍ଡାର ଅଟନ୍ତି
ହରନ୍ତି ସଂସାର ବ୍ୟାଧି ll
ପୂର୍ବେ ଗୋବର୍ଦ୍ଧନ ପଶ୍ଚିମେ ଶାରଦା
ଉତ୍ତରେ ସେ ଜ୍ୟୋତି ପୀଠ l
ଦକ୍ଷିଣେ ଶୃଙ୍ଗେରୀ ଧାମ ଅଟେ ଚାରି
ଭାରତେ ଏ ଚାରି ମଠ ll
ସଂସାର ରୂପକ ଦାବାନଳ ଠାରୁ
ଜ୍ଞାନରେ ରକ୍ଷା କରନ୍ତି l
ବିପଥରେ ଗଲେ ସୁପଥ ଦେଖାଇ
ସଂସାରେ ଗୁରୁ ବୋଲାନ୍ତି ll
ସାକ୍ଷାତ ବ୍ରହ୍ମର୍ଷି ସଂସାର ମଧ୍ୟରେ
କୌଣସି ଅଙ୍କୁଶ ନାହିଁ l
ଜଗତରଗୁରୁ ନିତୀ ନିର୍ଧାରଣେ
ଜଗତର ପୂଜ୍ୟ ସେହି ll

(ସମ୍ପାଦକ ଯୁଗଜ୍ୟୋତି, କୁଆଖିଆ )
ଖଣ୍ଡିତର, ରସୁଲପୁର, ଯାଜପୁର

Share this :
Next Post

Consistency.Dr Suresh Chandra Sarangi

Consistency ………………….. We don’t read philosophy, Not because of of stray thoughts. Because We are not interested In what we are reading. We read a detective story or a novel, Our thoughts don’t stray there. If we are interested In what we are reading, It gives us enjoyment Then we […]

Subscribe US Now