ଗୁରୁପୂର୍ଣ୍ଣିମା – ଜନ୍ମଜୟ ନାୟକ

Views: 23
0 0
Read Time:1 Minute, 54 Second

 

ଗରୁ ପଦରଜ କରେ ପାପ ନାଶ,
ମୁକତିର ବୀଜ ଗୁରୁଙ୍କ ଆଶିଷ ।
ଗୁରୁ ପୂର୍ଣ୍ଣିମାରେ ଗୁରୁଙ୍କ ବନ୍ଦନା,
କରିଣ ମିଳଇ ତାଙ୍କ କୃପା ସିନା।

ଅମା ଅନ୍ଧକାରେ ଆଲୋକର ଶିଖା,
ସାଜିଣ ଗୁରୁ ଦିଅନ୍ତି ଶିକ୍ଷା ଦୀକ୍ଷା ।
ଗୁରୁ ପରଂବ୍ରହ୍ମ ସାକ୍ଷାତ ଈଶ୍ୱର ,
ମୂର୍ଖ ଜ୍ଞାନୀ ସାଜେ ପାଇ ତାଙ୍କ ବର ।

ପ୍ରଥମ ଗୁରୁ ଅଟନ୍ତି ପିତାମାତା,
ଚରିତ୍ର ଗଢନ୍ତି ସାଜିଣ ବିଧାତା।
ବିଦ୍ୟା ମନ୍ଦିରେ ଗୁରୁଙ୍କ ବିଦ୍ୟାଦାନ,
କରଇ ଆମର ଜୀବନ ଗଠନ।

ଗୁରୁ ପାଦପଦ୍ମେ ହଜାରେ ନମନ,
ତାଙ୍କୁ ପ୍ରଣମି ମୁଁ କରଇ ଜଣାଣ।
ସୁଝି ପାରିବିନି କେବେ ତାଙ୍କ ଋଣ,
ତାଙ୍କ ପାଇଁ ଆଜି ପାଉଛି ସମ୍ମାନ ।

ଜନ୍ମଜୟ ନାୟକ
ଚିଲିକା ନୋଡାଲ ହାଇସ୍କୁଲ
ପୁରୀ

Share this :
Next Post

ମନ ମାହାତ୍ମ୍ୟ(୮୭) - ବିନୋଦିନୀ ଦାଶ

  ଯେତେ କ୍ଷିପ୍ର ହେଲେ ବି ପବନ ଗତି ପାହାଡ଼ଠୁ ସିନା ଫେରି ଆସଇ, ହେଲେ ପାହାଡ଼ ସମାନ ହୃଦୟକୁ ମନ ପବନ ଦିଏ ତରଳାଇ । ତାହାର ଗତିକୁ ରୋଧ କରିବାକୁ ଦୁନିଆରେ ଅଛି କି କାହା ଶକ୍ତି ? କେବଳ ନିଜର ବିବେକ ଲଗାମ ଦ୍ବାରା କୁପଥରୁ ଫେରଇ ମତି । ଯାହା ସେ ଚିନ୍ତଇ ଯାହା ସେ କରଇ ସବୁ ଦେଖୁଅଛନ୍ତି ଭଗବାନ, ଏକଥାକୁ କେବେ […]

Subscribe US Now