ସତ୍ଯ ଓ ସୁନ୍ଦର – ଉପେନ୍ଦ୍ର କୁମାର ବସ୍ତିଆ

Views: 25
0 0
Read Time:1 Minute, 48 Second

ଆକାଶଠୁ ମାଟିଯାଏ
ପରିବ୍ୟାପ୍ତ ସୀମା
ପାଣିରୁ ପବନ ଯାଏ
ରେଣୁ ରେଣୁ ଭୂମା ।୧।

ସରଗ ତେଜରୁ ଗତି
ଶୀତଳ ଯୋଛନା
ରୁତୁମୟୀ ପ୍ରକୃତିର
ଫୁଲର ବାସନା ।୨।

ତ ଟନୀର ସ୍ରୋତ ଧାରେ
ଭଉଁରୀର ଖେଳ
ନଦୀତଟ ସମୀରର
ମତୁଆଲା ସୁର ୩।

ସମୁଦ୍ରର ବେଳାଭୂମି
ବାଲୁକା ରାଶିରେ
ଖଣ୍ଡ ଖଣ୍ଡ ଉତ୍ପଳର
ଧବଳ ବେଶରେ ।୪।

ଜଳର ଉନ୍ମୁତ୍ତ ଖେଳ
ତରଙ୍ଗର ନୃତ୍ୟ
ଆକାଶ ଯେଉଁଠି ଧରେ
ପୃଥିବୀର ହାତ ।୫।

ହିମାଦୀ ଶିଖର ଦେଶ
ବରଫର ସ୍ପର୍ଶ
ପାର୍ବତ୍ୟ ଶଯ୍ୟାର ଧାରେ
ବନ୍ଧୁରିତ ବେଶ ।୬।

ହରିତ ସବୁଜ ଧରା
ସତ୍ୟ ଓ ସୁନ୍ଦର
ସବୁଠାରୁ ରମଣୀୟ
ମଣିଷର ଘର ।୭।

ଉପେନ୍ଦ୍ର କୁମାର ବସ୍ତିଆ

ରାଉରକେଲା ।
ସୁନ୍ଦରଗଡ଼ ।

Share this :
Next Post

Like the first time! - Dr.Prasana Kumar Dalai

LIKE THE FIRST TIME! There will be no one else for me. Except you and me. Not today forever. Life is a game of lost and Found. This is ultimate goal of life. Which is very hard to hide. I wish I had you here whole life. When I see […]

Subscribe US Now