କବିତା – ମୁଁ କବି.ଡମ୍ବରୁଧର ବେହେରା

Views: 12
0 0
Read Time:2 Minute, 4 Second

ମୁଁ କବି
ପ୍ରେମ ପ୍ରଣୟର
ସୁଖ ଦୁଃଖର
ଦରିଦ୍ର ଦରିଦ୍ରତାରା
ତିକ୍ତ ଏବଂ ମଧୁର ସ୍ୱାଦର ….।
ମୁଁ କବି
ଛବିକୁ ଦେଖେ
କଥା ହୁଏ
ଚିତ୍ର ଆଙ୍କେ
ପବନକୁ ଛୁଏଁ
ନୀଳ ଗଗନର
ଅସୀମ ସୀମାକୁ
ପହଞ୍ଚିବାକୁ ଚାଏଁ……।
ମୁଁ କବି
ମାନବିକତାକୁ ଜଗେ
ନାରୀ ନିର୍ଯ୍ୟାତନା ଦେଖି
ଆଖିରୁ ଲୁହ ଝରାଏ…
ପ୍ରାର୍ଥନା କରେ
ଏକା ଏକା ବସି…..।
ମୁଁ କବି
ଅବାଟକୁ ବାଟକୁ ଆଣେ
ଅନ୍ଧାରରେ ଆଲୋକ ଖୋଜେ
ପାଇବାକୁ…………
କିଛି ରୁ’ ଆଉ କିଛି
ଯାହା ମାନବ ଜାତି ପାଇଁ ଭଲ….।
ମୁଁ କବି
କିନ୍ତୁ,
ତୁମେ ଭାବୁଥିବା
ଜଣେ ପାଗଳ ନୁହେଁ
ପାଗଳାମୀ କେବଳ ମୋ ‘
ସତ୍ୟତାର ସନ୍ଧାନ
କାରଣ ମୁଁ ଏକ କବି
ହୃଦୟରେ ମୋ ‘ ଜଳୁଥାଏ
ଉତ୍ତମ ସମାଜ ଗଠନର
ଧୂଆଁ ହିନ ଝାପସା ଝାପସା
ଛାଇ ଆଲୁଅର
ତାପ ହିନ ରବି……..।
ଡମ୍ବରୁଧର ବେହେରା
ଶିକ୍ଷକ,ନବୋଦୟ ବିଦ୍ୟାଳୟ
ସୁରଳ(ଗଞ୍ଜାମ)
ସମ୍ପର୍କ – ୯୫୩୭୭୮୮୪୬୪

Share this :
Next Post

MOVES TO PARADISE!.Dr.Prasana Kumar Dalai

MOVES TO PARADISE! There is so many things. That will keep me loving you. The way glance to me. The way you sip the tea. All that memories shaking me. Your smile just reflects on the sun beam. It is yours way of haunt my dreams. Whole world is falling […]

Subscribe US Now