ଏଇତ ଜୀବନ – ଶ୍ରୀରାମ ସାହୁ

Views: 13
0 0
Read Time:1 Minute, 55 Second

ଆଜିର ଦିନରେ ମଣିଷ ପରିକା
ବଞ୍ଚିବା କଷ୍ଟ ଲାଗଇ।
ସୁସ୍ଥ ପରିବେଶ ଅଭାବ ସବୁଠି
ଖୋଜିବ କେଉଁଠି ଯାଇ…..।୦।
ଆପଣାର ଲୋକ ରହନ୍ତି ଦୂରେଇ
ଦେବାକୁ ପଡ଼ିବ ଭାବି।
ଏସବୁ ଦେଖିଲେ ଦୁଃଖଲାଗେ ଭାରି
କାହା କଥାକୁ କହିବି।
ମମତାର ମୂଲ କିଏବା ବୁଝିବ
ମଉନେ ଚିନ୍ତା କରଇ……।୧।
ସ୍ବାର୍ଥପର ହୋଇ ଜାବୁଡ଼ି ଧରନ୍ତି
ନିଜର ସୁଖସୁବିଧା।
ଶୋରିଷ ପ୍ରମାଣେ ହାନୀ ଯଦିହୁଏ
ଜବାବ ଦିଅନ୍ତି ସିଧା।
ଭାବ ଭକତିରେ ପୂର୍ଣ୍ଣଛେଦ ପଡ଼େ
ଦେଖିଲେ ମୁହଁ ମୋଡଇ……।୨।
କଳୁଷିତ ମନ ଅଟଇ ଯାହାର
କିପରି ଭଲ ପାଇବ ।
ସମ୍ପର୍କ ରଖିଲେ ବିପଦ ନିଜର
ଚୁଗୁଲି କଥା ଶୁଣିବ।
ଶେଷରେ କିଛିବି ଉପାୟ ନପାଇ
ନୀରବ ଦ୍ରଷ୍ଟା ସାଜଇ…..।୩।

ଶ୍ରୀରାମ ସାହୁ
ଫୁଲବାଣୀ।କନ୍ଧମାଳ।

Share this :
Next Post

ନୁହେଁ କବି - ଶ୍ରୀ ମିଥୁନ୍ ନାଏକ

  ନୁହେଁ କବି ନୁହେଁ ଲେଖକ, ମୁଁ ଅଜ୍ଞାନ ବାଳକ | ଯାହାମୋ ହୃଦୟରେ ଆସେ, ବସି ମୁହିଁତ ଲେଖେ | ପ୍ରଭୁଙ୍କର କୃପା ହୋଇଛି, କାଗଜରେ ଲେଖୁଛି | ଜାଣେନାହିଁ କେତେ ଯେ ଭଲ, ସତେ ନୁହଇଁ ମୁଲ୍ୟ | ଅବା ଅଟେ କେତେ ଖରାପ, ମନେ ଭରିଛି ପାପ | ସବୁବେଳେ ମୁହିଁ ଡାକୁଛି, ପ୍ରଭୁ କୃପା ଲଭୁଛି | ମୋ ଲେଖା ନ ଲାଗୁ ଦୁଃଖ, […]

Subscribe US Now