ନୁହେଁ କବି – ଶ୍ରୀ ମିଥୁନ୍ ନାଏକ

Views: 13
0 0
Read Time:1 Minute, 39 Second

 

ନୁହେଁ କବି ନୁହେଁ ଲେଖକ,
ମୁଁ ଅଜ୍ଞାନ ବାଳକ |

ଯାହାମୋ ହୃଦୟରେ ଆସେ,
ବସି ମୁହିଁତ ଲେଖେ |

ପ୍ରଭୁଙ୍କର କୃପା ହୋଇଛି,
କାଗଜରେ ଲେଖୁଛି |

ଜାଣେନାହିଁ କେତେ ଯେ ଭଲ,
ସତେ ନୁହଇଁ ମୁଲ୍ୟ |

ଅବା ଅଟେ କେତେ ଖରାପ,
ମନେ ଭରିଛି ପାପ |

ସବୁବେଳେ ମୁହିଁ ଡାକୁଛି,
ପ୍ରଭୁ କୃପା ଲଭୁଛି |

ମୋ ଲେଖା ନ ଲାଗୁ ଦୁଃଖ,
ଅବା ନଦେଉ କଷ୍ଟ |

ଖୁସି ଭରୁ ସଭିଙ୍କ ମନେ,
ଏତିକି ଖାଲି ଜାଣେ |

ଅଜାଣତେ ପାଏକେ ଦୁଃଖ,
କ୍ଷମା ମାଗେ ମୁହିଁତ |

ମନେ ମୋହର ସଦଭାବ,
ଦେଉଥିବ ମାଧବ |

କରଯୋଡି କରେ ବିନତି,
ତୁମ୍ଭେ ଦେବ ଶକତି |

ଦୋଷ ନଧର କରେ ଅଳି,
ପ୍ରଭୁ ହେ ବନମାଳୀ |

ଶ୍ରୀ ମିଥୁନ୍ ନାଏକ

କନ୍ଧବେରେଣୀ, ତାଳଚେର
ଅନୁଗୋଳ

Share this :
Next Post

ବିରହ ବେଦନା - ସସ୍ମିତା ବେହେରା

  ସ୍ମୃତି ଉପବନେ ଶୁଷ୍କ ମରୁତଳେ ଶିଶିରର ଆସ୍ତରଣ ପ୍ରୀତି ଝରାଫୁଲ ବୁକୁରେ ମଉଳେ ରଜନୀ ଦେଇଛି ରାଣ। ମିଛ ମରିଚିକା ବିଦଗ୍ଧ ହୃଦୟ ଲାଗେ ଆଜି ହାହାକାର ମୁଠା ମୁଠା ରେଣୁ ପାପୁଲିରେ ଭରି ମାଗଇ ପିୟୁଷନୀର। ସୁପ୍ତ କଳିକାଟି କ୍ଷୁଦ୍ର ତରୁତଳେ ନିମିଷେ ଅନାଇ ଦିଏ ଚାତକିନୀ ପରି ସୁନୀଳ ଆକାଶୁ ବିନ୍ଦୁ ବିନ୍ଦୁ ଜଳ ପିଏ। କଣ୍ଟକିତ ପଥେ ନିଶକ୍ତ ମାନବ ଲାବଣ୍ୟମୟୀ ମୋ ଦେହ […]

Subscribe US Now