ବିରହ ବେଦନା – ସସ୍ମିତା ବେହେରା

Views: 15
0 0
Read Time:1 Minute, 45 Second

 

ସ୍ମୃତି ଉପବନେ ଶୁଷ୍କ ମରୁତଳେ
ଶିଶିରର ଆସ୍ତରଣ
ପ୍ରୀତି ଝରାଫୁଲ ବୁକୁରେ ମଉଳେ
ରଜନୀ ଦେଇଛି ରାଣ।
ମିଛ ମରିଚିକା ବିଦଗ୍ଧ ହୃଦୟ
ଲାଗେ ଆଜି ହାହାକାର
ମୁଠା ମୁଠା ରେଣୁ ପାପୁଲିରେ ଭରି
ମାଗଇ ପିୟୁଷନୀର।
ସୁପ୍ତ କଳିକାଟି କ୍ଷୁଦ୍ର ତରୁତଳେ
ନିମିଷେ ଅନାଇ ଦିଏ
ଚାତକିନୀ ପରି ସୁନୀଳ ଆକାଶୁ
ବିନ୍ଦୁ ବିନ୍ଦୁ ଜଳ ପିଏ।
କଣ୍ଟକିତ ପଥେ ନିଶକ୍ତ ମାନବ
ଲାବଣ୍ୟମୟୀ ମୋ ଦେହ
ନିଷିଦ୍ଧ ଦ୍ଵିପର ଦିଗହରା ପକ୍ଷୀ
ଶୂନ୍ୟତା ମୋ ପରିଚୟ।
ଅଫେରା ଶ୍ରାବଣୀ ଫିକା ମଉସୁମୀ
ଦିଏ ନାହିଁ ଉନ୍ମାଦନା
ଚୋରା ମରୁବାଲି ଅବାସ୍ତବ ସ୍ବପ୍ନ
ଆଣେ ବିରହ ବେଦନା।

ସସ୍ମିତା ବେହେରା
ବାଙ୍କୀ କଟକ

Share this :
Next Post

ଗୁହାରି ଶୁଣ ଭଗବାନ(ଶିଶୁ କବିତା) - ଡ.ପ୍ରିୟମ୍ବଦା ସାମଲ

ଟିକି ହାତଯୋଡି ପ୍ରଣାମ କରୁଛି ଛୋଟ ଛୋଟ ଅଳି କରି ମୋର ନିବେଦନ ଶୁଣିବନା ପ୍ରଭୁ କରୁଛି ଟିକେ ଗୁହାରି। ମୋର ପିତାମାତା ସରଗଠୁ ବଡ ମାନିବି ମୁଁ ତାଙ୍କ କଥା ଜ୍ଞାନଦାତା ପରା ପ୍ରିୟ ଗୁରୁ ମୋର ଶୁଣିବି ମୁଁ ତାଙ୍କ ବାର୍ତ୍ତା। କରିବିନି ହେଳା କାମରେ ମୁଁ କେବେ ନିୟମରେ ରହିଥିବି ମିଠା କଥା କହି ମନ ମୋହୁଥିବି ସର୍ବଜନ ପ୍ରିୟ ହେବି। ଗୁରୁ ଜନେ ଭକ୍ତି […]

Subscribe US Now