ଶୂନ୍ଯ – ଡ.ଲକ୍ଷ୍ମୀକାନ୍ତ ଦାଶ

Views: 25
1 0
Read Time:3 Minute, 12 Second

 

ଶୂନ୍ୟସ୍ଥାନ ହୋଇ ରହିଛି ରହିବି

ଶୂନ୍ୟ ଭାବାବେଗ ନେଇ

ଶୂନ୍ୟତାର ମଧ୍ୟେ ପୂର୍ଣ୍ଣତା ଲଭିବି

ଶୂନ୍ୟ ବ୍ରହ୍ମlଣ୍ଡରେ ଯାଇଁ (1)

ଶୂନ୍ୟ ସ୍ୱରୂପକୁ କିଏବା ଜାଣିଛି

ଶୂନ୍ୟରେ ସ୍ଥିତ ଯା ଘର

ଶୂନ୍ୟ ଠାକୁରଙ୍କୁ ପୂଜେ ବାରବାର

ଶୂନ୍ୟହୁଏ ଭାବାନ୍ତର (2)

ଶୂନ୍ୟଠାରୁ ସୃଷ୍ଟି ଆବେଗତା ପୁଣି

ଶୂନ୍ୟରେ ବିଲୀନ ହୁଏ

ଶୂନ୍ୟଅନ୍ତରରେ ମାଗେ ହାତପାତି

ଶୂନ୍ୟରେ ଜୀବନ ଧାଏଁ (3)

ଶୂନ୍ୟର ଗର୍ଭକୁ ଯିବାପାଇଁ ହୃଦେ

ଶୂନ୍ୟଭାବ ନେଇ ଥାଏ

ଶୂନ୍ୟ ଯୋଗେ ରହି ନିର୍ଭୀଘ୍ନ୍ ଚିତ୍ତରେ

ଶୂନ୍ୟ ଆକାର ଯେ ହୁଏ (4)

ଶୂନ୍ୟ ହୋଇଗଲେ ଶୂନ୍ୟ ରହେ ମାତ୍ର

ଶୂନ୍ୟରେ ସମ୍ପୂର୍ଣ ହୁଏ

ଶୂନ୍ୟଦେହେ ଶୂନ୍ୟ ଗୁଣନ ହୋଇଲେ

ଶୂନ୍ୟର ସ୍ଥିତିକୁ ପାଏ (5)

ଶୂନ୍ୟ ନାଦବ୍ରହ୍ମ ସୃଷ୍ଟିର ରହସ୍ୟ

ଶୂନ୍ୟଠାରେ ଆତଯାତ

ଶୂନ୍ୟଚେତନାରୁ ପୂର୍ଣ୍ଣତ୍ୱ ଆସଇ

ଶୂନ୍ୟ ମଧ୍ୟେ ବିରାଜିତ (6)

ଶୂନ୍ୟହାତେ ପ୍ରଭୁ ଆସିଛି ଧରାକୁ

ଶୂନ୍ୟହାତେ ଚାଲିଯିବି

ଶୂନ୍ୟ ଭାବାବେଗ ସଙ୍ଗମ ହୋଇଲେ

ଶୂନ୍ୟରେ ସ୍ଥାନ ପାଇବି (7)

ଡ଼ ଲଷ୍ମୀକାନ୍ତ ଦାଶ, ବିଭାଗୀୟ ମୁଖ୍ୟ,

ଶିକ୍ଷା ବିଭାଗ, ସୁକିନ୍ଦା ମହାବିଦ୍ୟାଳୟ,

ସୁକିନ୍ଦା, ଯାଜପୁର,

Share this :
Next Post

ଗୁରୁ ତୁମେ ଦେବଦୁର୍ଲଭ - ଦୀନବନ୍ଧୁ ବେଜ

  ହେ ଗୁରୁ ଅଛିକି ସଦଗତି ବିନା ତୁମ ଜାଦୁକାରୀ ସ୍ପର୍ଶ ବିନା ତୁମ ଶ୍ରଦ୍ଧା ଓ ଆଶିଷ, ଅଛି କି ମୁକତି ତୁମ ବିନା… ତୁମେ ପରା ଆମ୍ଭରି ଆଦର୍ଶ ତୁମେ ପରା ଝରାଅ ଅମୃତ । ତୁମ୍ଭ କୁହା ଭଲ ପିଲା ପାଇଁ ଆଜି ହୋଇ ଅଛି ମୁହିଁ ବଡ଼ ଛାଇ ପରାୟ ତୁମ୍ଭ ଆର୍ଶିବାଦ ବଡ଼ ମଣିଷରୁ କରିଅଛି ଭଲ, ଗୁରୁ ତୁମ୍ଭେଅଟ ଦେବଦୁର୍ଲଭ । […]

Subscribe US Now