ବିଶ୍ବକର୍ମା ପୂଜା.ସୁକାନ୍ତ ଖଣ୍ଡା

Views: 12
0 0
Read Time:1 Minute, 46 Second

ଓହ୍ଲାଇ ଆସିଛ ମରତ ଧାମକୁ
ଦେଖିକି କାଶତଣ୍ଡିକୁ
ତୁମେ ତ ତିଆରି କରିଅଛ ସବୁ
ସଂସାରେ ଥିବା ଚିଜକୁ।୧
ଈଶ୍ବର ଇଛାରେ ଗଢି଼ ଚାଲିଅଛ
ସଂସାର ସୁରକ୍ଷା ପାଇଁ
ତୁମ ପରି ଆଉ କିଏ ବା ପାରିବ
ସୌନ୍ଦର୍ଯ୍ଯତା ଦେଲ ଥୋଇ?୨
ଜଗତ କଲ୍ଯାଣ ତୁମ ଦ୍ବାରା ହେବ
ସେ ପାଇଁ ମରତ ଜନ
ରାତି ନ ପାହୁଣୁ ପୂରା ସଜବାଜ
ଦେବାକୁ ନୈବେଦ୍ଯ ମନ।୩
ଦୁଃଖ ଶୋକ ସବୁ ଦୂର କରିଦିଅ
କଲ୍ଯାଣ ସଭିଙ୍କୁ କରି
ନର ପଶୁ ପକ୍ଷୀ କୀଟ ତରୁ ଲତା
ମନେ ରଖିବାକୁ ଝୁରି।୪
ମୋର ତରଫରୁ କୋଟିଏ ପ୍ରଣାମ
ଘେନ ଆହେ ବିଶ୍ବକର୍ମା
ରାତି ଅଧରୁ ମୁଁ ତୁମକୁ ସ୍ମରୁଛି
ନୁହେଁ ଅନ୍ଯ ଆଡେ଼ ଯମା।୫
***
ଶିକ୍ଷକ ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର

Share this :
Next Post

Disability of wrong notion.Dr Suresh Chandra Sarangi

Disability of wrong notion …………………………………. Where is the action Rightly renounced Brings meekness of life. Where is the words of sward That brings discrimination Draws it and slashes Delusion to pieces Then arises to take the stand In the action rightly performed. Let’s disable our minds From the wrong notion […]

Subscribe US Now