ଦୂନିଆଁର ରଙ୍ଗମଞ୍ଚ – ଚନ୍ଦ୍ରକାନ୍ତ ଜେନା

Views: 12
0 0
Read Time:2 Minute, 12 Second

ଦୂନିଆଁ ରଙ୍ଗମଞ୍ଚେ ଅଭିନେତା ହୋଇ
ଆସିଛି ମୁଁ ଅଭିନୟ ଦେଖାଇବା ପାଇଁ !!
ଅଭିନୟ ଦେଖି ମୋର କିଏ ମାରେ ତାଳି
କେବେ ଛୋଟ ବଡ ତୃଟି ଦିଏ ମୋତ ଗାଳି !!
ଏହିତ ଜୀବନ ମଞ୍ଚେ ଲେଖା ମୋ ନାଟକ
କେବେ ହସ କେବେ ଖୁସି କେବେ ପ୍ରେମେ ପରିତିକ୍ତ. !!
କେବେ ଆସେ କାଳ ରାତି ଅମାବାସ୍ଯା ନେଇ
କେବେ ଚାନ୍ଦ ହସୁଥାଏ ଖିଲି ଖିଲି ହୋଇ. !!
କେବେ ସୂର୍ଯ୍ଯ ଠାଳି ଦିଏ ଉସ୍ମତାର ବୃଷ୍ଟି
କେବେ ଛାଇ କେବେ ଖରା କରେ ଦନ୍ଦ୍ଯ ସୃଷ୍ଟି !!
ସମ୍ପର୍କର ଦ୍ଯାହି ଦେଇ ଲେଖା ଏ କାହାଣୀ
ମିଛ ମୋହେ ବନ୍ଧା ହୋଉ ସତ ସବୁ ଜାଣି !!
କଣ୍ଟକିତ ମଞ୍ଚ ଏହି କେତେ ଦିଏ କଷ୍ଟ
ଡରି ମୁଁ ଯିବିନି କେବେ ରଚିବି ନାଟକ !!
ମୁହଁରେ ଲଗାଇ ରଙ୍ଗ କେତେ ଭଳି ଭଳି
ହେଉଥିବି ସଜ କେତେ ରାତି ଯିବା ଯାଏଁ ଟଳି
ରାତି ଯିବା ଯାଏଁ ଟଳି !!

 

ଚନ୍ଦ୍ରକାନ୍ତ ଜେନା

ବଡମ୍ବା,କଟକ

Share this :

Average Rating

5 Star
0%
4 Star
0%
3 Star
0%
2 Star
0%
1 Star
0%

Leave a Reply

Your email address will not be published. Required fields are marked *

Next Post

କବି - ଅମରଜିତ୍‌ ମଲ୍ଲିକ

କବିଟିଏ ନୁହେଁ ଛଡ଼ା ପୁଷ୍ପଟିଏ ଲାଗି ମଉଳିବା ପାଇଁ କବିଟିଏ ଅଟେ ସଜ ଫୁଲଟିଏ ଫୁଟି ସଦା ରହିଥାଇ।।୧। କବିଟିଏ ନୁହେଁ ଅଲୋଡା କାଷ୍ଠଟେ ପଡ଼ି ରହିଯିବା ପାଇଁ କବିଟିଏ ଅଟେ ଚନ୍ଦନ ବୃକ୍ଷଟେ ବାସ୍ନା ଭରିଦେବା ପାଇଁ।।୨। କବିଟିଏ ନୁହେଁ ଅତୁଠ ପଥର ଅଲୋଡା ରହିବା ପାଇଁ କବିଟିଏ ଅଟେ ସୁନ୍ଦର ମଣ୍ଡପ ସମସ୍ତ ବସିବା ପାଇଁ।।୩। କବିଟିଏ ନୁହେଁ ଗରମ ପବନ କପଡା ଖୋଲିବା ପାଇଁ କବିଟିଏ […]

Subscribe US Now