କଂସ ପରି ହୋଇ – ସୁକାନ୍ତ ଖଣ୍ଡା

Views: 14
0 0
Read Time:4 Minute, 44 Second

ମୋତେ କଂସ ପରି

କାମ କରିବାକୁ ହେଲା

ବନ୍ଦୀରେ ନୁହେଁ,ଅଶାନ୍ତିର ଝଡ଼ରେ

ଯେମିତି ଫନି,ହୂଡହୂଡ୍ କି ତିତଲି

ଖାଇବା,ରହିବା ଅବା ପିଇବା ବିନା

ମୃତବତ୍ କଲି

କାଠ ଭଳି,ପଥର ଭଳି ଓ କଣ୍ଢେଇ ଭଳି

ତାଙ୍କ ଜୀବନ

ଜୀଇଁ ରହିଥିଲେ ଈଷ୍ଟ ଭରଷାରେ

ଯେମିତି ବସୁଦେବ

ବନ୍ଦୀରେ ଥାଇ ବି-

ବିଶ୍ବ।ସ ହରେଇ ନ ଥିଲେ ନିଜକୁ।

ମୋ’ର କିନ୍ତୁ ପୂଜା ହେଉଥାଏ

ନିତି ଧୂପ,ଦୀପ ଓ ନୈବେଦ୍ଯ

ମହଣ ମହଣ ଘିଅ

ବାପା କିନ୍ତୁ ହସୁଥିଲେ

ଦେଖି ମୋ’ କରମ

ସେ ହସ ଅଭିଶାପ କି କିମିଆଁ

ସିଏ ଜାଣିଥିବେ ଅଥବା ଈଶ୍ବର

କିନ୍ତୁ ମୋ’ର ତ ଧନର ମୋହ

ଗର୍ବ ଆଉ ଅହଙ୍କାର

ମୁଁ ବୁଝିପାରୁ ନ ଥାଏ ନିଜକୁ

ମୋ’ର ବୟସ ବଢି଼ଲା

ହେଲେ ଅପୁତ୍ରିକ ଜ୍ବ।ଳାରେ

ବ୍ରତ,ଉପବାସ,ପୂଜା,ଯଜ୍ଞ ଆଉ ଦାନ

କିନ୍ତୁ ସବୁ ବ୍ଯର୍ଥ

ଜଣେ ଅଣପୁରୁଷା ପରି

ଲୁହ ଓ କୋହରେ ଜୁଡୁବୁଡୁ।

ହଠାତ୍ ଜଣେ ସାଧୁବାବା

ସାମ୍ନାକୁ ଆସି କହିଲେ

ବାପା !

ଜନ୍ମିତ ବାପା ସ୍ବର୍ଗଠାରୁ ଉଚ୍ଚତର

ଯିଏ ଆଦ୍ଯଗୁରୁ,ସାକ୍ଷ।ତ୍ ଠାକୁର

ତାଙ୍କୁ ଅଣଦେଖା ହିଁ

ତୁମର ଏ ଫଳ?

ବାସ୍ !

ଏତିକି କହି ଚାଲିଗଲେ।

ମୁଁ ବୁଝିଲି

ଜଣେ ବାପର ସ୍ଥାନ କେଉଁଠି ହୋଇଥାଏ

ଯାହାଙ୍କୁ ଦୁଃଖ ଓ ଶୋକରେ ଭସାଇ ରଖିଛି

ଅଥଚ

ମୁଁ ଭ୍ରମିତ ହୋଇ

ବାପା ହେବାକୁ ଚାହୁଁଛି।

ମୋ’ ବାପା ତ ମୋ’ରି ପୁଅ

ଦିନେ ମୁଁ ଛୋଟଥିବାବେଳେ

ସେ ଯୁଆନ

ଆଜି କିନ୍ତୁ ମୁଁ ଯୁଆନବେଳେ

ସେ ନଇଁ ପଡିଲେଣି।

ଆଖିରେ ଜକେଇ ଆସିଲା

ଲୁହର ଝର

ଦୌଡି଼ଯାଇ ଗୋଡ଼ତଳେ ପଡି଼ଗଲି

ଜଣେ ପିତାର ପିତୃତ୍ଵ କାନ୍ଦୁଥିବା

ସପ୍ରେମେ ଓ ଭକ୍ତିରେ କୁଣ୍ଢାଇ ଧରିଲି

ଯେମିତି ଯୁଗଯୁଗର ପାପ

ଧୋଇ ହୋଇଗଲା

ହୃଦୟରେ ଅପାର ଆନନ୍ଦ।

ମୁଁ ଧିକ୍କାରିଲି ନିଜକୁ

ମୁକ୍ତ କଲି ଜନ୍ମିତ ବାପାଙ୍କୁ

ଆଉ କୃତାର୍ଥ ହୋଇ

ନିଜ କର୍ମକୁ ଆନନ୍ଦରେ

ନିୟୋଜିତ କଲି।

ସୁକାନ୍ତ ଖଣ୍ଡା

ପୋ-ଚକ୍ରଧରପୁର ଭା-ହରିଚନ୍ଦନପୁର

ଜି-କେନ୍ଦୁଝର

Share this :
Next Post

ସ୍ବପ୍ନ - ନଳିନୀ କାନ୍ତ ପାଢ଼ୀ

ସ୍ବପ୍ନମୟ ଜଗତରେ ବିଚରଣ କରୁ କରୁ ଅସ୍ୱପ୍ନ ଥରେ ଥରେ ବାଟ ଓଗଳେ ଭାବସବୁ ଭାବୁ ଭାବୁ କବିତା ପାଲଟେ କିଏ କହେ ଏ ଦିନରେ କି ସ୍ବପ୍ନ ପୁଣି କିଏ କହେ ଏ ରାତିରେ କି ସ୍ୱପ୍ନ ?? ଜୀବନ ସାରା ସ୍ବପ୍ନ ଦେଖା ସରେନି ସ୍ବପ୍ନ ଦେଖୁ ଦେଖୁ ଜୀବନ ସରିଯାଏ ଭାବେ ମଣିଷ ଖାଲି ସ୍ବପ୍ନ ଦେଖନ୍ତି ନା ସବୁ ଜୀବ ସ୍ବପ୍ନ ଦେଖନ୍ତି କିଏ […]

Subscribe US Now