ମୋ ଗାଁ – ଶ୍ରୀ ଭରତ ବନ୍ଧୁ ବିଶ୍ୱାଳ

Views: 19
0 0
Read Time:2 Minute, 31 Second

ମୋ ଗାଁ ମାଟି ସରଗଠୁ ବଳି
ଲାଗେ ମୋତେ ଭାରି ଆପଣାର ,
ବିଶାଳ ଜଗତେ ଥିଲେ ବି ଯେଉଁଠି
ଝୁରେ ତା ପାଇଁ ପ୍ରାଣ ମୋର ।
ଜନ୍ମି ତା କୋଳେ ତା ପାଣି ପବନେ
ଗଢିଅଛି ଏହି ତନୁ ମନ
ସୁନ୍ଦର ତାହାର ବିଲ ବନ ଲତା
ସାଥୀ ପ୍ରିୟ ବନ୍ଧୁ ପରିଜନ ।

ତା ଆମ୍ର କୁଞ୍ଜର କୁହୁ କୁହୁ ତାନ
ଫୁଲ ବଉଳର ମଧୁର ବାସ୍ନା
ଯୂଈ ଯାଈ ମଲ୍ଲୀ ମଧୁର ମହକ
କରେ ମୋତେ ଭାରି ଆନମନା ।
ବିମଳ ପ୍ରଭାତେ ପକ୍ଷୀ ଙ୍କ କାକଳି
ଗୋଷ୍ଠ ଗୁହାଳରେ ହମ୍ବା ରବ
ଦେବଦେବୀ ପୀଠ ପୂଜା ଆରାଧନା
ଦରଶନ ଗୁରୁ ଲାଭ ଶୁଭ ।
ଉଦୟରୁ ଅସ୍ତ ଚଳନ୍ତି ସୂରୁଜ
ସମୟର ଚକ୍ର ଚୀରନ୍ତନୀ
କଳକଳ ସଦା କରମ ଚଞ୍ଚଳ
ଜୀବନର ଗୁଞ୍ଜେ ପ୍ରତିଧ୍ଵନି ।
ନିବିଡ଼ ବନ୍ଧନେ ସରବେ ଆବଦ୍ଧ
ନାହିଁ ମନାନ୍ତର ଆପଣା ପର
ବାପା ଭାଇ ଦାଦା ଖୁଡିଙ୍କ ସୋହାଗ
ଅମୃତ ସେନେହ ଶରଧା ଡୋର ।
ସ୍ମରଣ ମାତ୍ରକେ ତା ଅଭୁଲା ସ୍ମୃତି
ଜାଗେ ମନରେ ହରଷ
ଭରିଯାଏ ପ୍ରାଣେ ଅପୂର୍ବ ପୂଲକ
ଆନନ୍ଦ ଜୀବନୋଚ୍ଛ୍ୱ।ସ ।

ଶ୍ରୀ ଭରତ ବନ୍ଧୁ ବିଶ୍ୱାଳ
ଉପର ବରୁଆଁ, କବୀର ପୁର ।

Share this :
Next Post

କଂସ ପରି ହୋଇ - ସୁକାନ୍ତ ଖଣ୍ଡା

ମୋତେ କଂସ ପରି କାମ କରିବାକୁ ହେଲା ବନ୍ଦୀରେ ନୁହେଁ,ଅଶାନ୍ତିର ଝଡ଼ରେ ଯେମିତି ଫନି,ହୂଡହୂଡ୍ କି ତିତଲି ଖାଇବା,ରହିବା ଅବା ପିଇବା ବିନା ମୃତବତ୍ କଲି କାଠ ଭଳି,ପଥର ଭଳି ଓ କଣ୍ଢେଇ ଭଳି ତାଙ୍କ ଜୀବନ ଜୀଇଁ ରହିଥିଲେ ଈଷ୍ଟ ଭରଷାରେ ଯେମିତି ବସୁଦେବ ବନ୍ଦୀରେ ଥାଇ ବି- ବିଶ୍ବ।ସ ହରେଇ ନ ଥିଲେ ନିଜକୁ। ମୋ’ର କିନ୍ତୁ ପୂଜା ହେଉଥାଏ ନିତି ଧୂପ,ଦୀପ ଓ ନୈବେଦ୍ଯ ମହଣ […]

Subscribe US Now