ନାରୀ -ବିମଲ ସାସ୍ମଲ

Views: 11
0 0
Read Time:2 Minute, 3 Second

କେବେ ସେ ମମତାମୟୀ
କେବେ ସେ ରୁଦ୍ରାଣି,
କେବେ ସାଜେ ଅର୍ଦ୍ଧାଙ୍ଗିନୀ
କେବେ ସେ ଭଗିନୀ |
ଝିଅ ରୂପେ ପୁଣି କେବେ
ଅଟେ ସୌଭାଗିନୀ,
ପିତା ପାଇଁ ଗର୍ବ ସାଜେ
ସେ ରାଜନଦିନୀ |
ଆହେ ନାରୀ ଅଟ ତୁମେ
ସଭିଙ୍କ ନମସ୍ୟ,
ଗରଳ କୁ ପାନ କରି
ଓଠେ ଦିଏ ହସ |
କେବେ ପୁଣି ଦୁର୍ଗା ବେଶେ
ଆସ ଏ ଧାରାକୁ,
କେବେ ତୁ ପାଞ୍ଚାଳୀ ସାଜି
କରାଅ ଯୁଧ୍ୟକୁ |
କେବେ ସାଜି କୁଳ ବଧୂ
ବଢାଅ ସମ୍ମାନ,
କେତେ ରୂପେ ଧରାପୃଷ୍ଠେ
ନାରୀ ଅବସ୍ଥାନ |
ମନେ ଦୁଃଖ ଚାପି ରଖି
ଆଖି କରି ଓଦା,
କଷ୍ଟ ଯେତେ ଆସିଲେବି
ହସେ ସେ ସର୍ବଦା |
ନାରୀ ଅଟେ ନାରାୟଣୀ
ଯୁଗେ ଯୁଗେ ପୂଜ୍ୟ,
ଶକ୍ତି ରୂପା ସ୍ୱରୂପିଣୀ
ଜାଣେ ସାରା ରାଜ୍ୟ |
ନାରୀ ପାଇଁ ଉତ୍ସର୍ଗୀତ
ଏହି ମୋ କବିତା,
ରହି ଅଛି ରହିଥିବ
ସଦା ସେ ବନ୍ଦିତା |

ବିମଲ ସାସ୍ମଲ

ଭୁବନେଶ୍ୱର

Share this :
Next Post

ମୋ ଗାଁ - ଶ୍ରୀ ଭରତ ବନ୍ଧୁ ବିଶ୍ୱାଳ

ମୋ ଗାଁ ମାଟି ସରଗଠୁ ବଳି ଲାଗେ ମୋତେ ଭାରି ଆପଣାର , ବିଶାଳ ଜଗତେ ଥିଲେ ବି ଯେଉଁଠି ଝୁରେ ତା ପାଇଁ ପ୍ରାଣ ମୋର । ଜନ୍ମି ତା କୋଳେ ତା ପାଣି ପବନେ ଗଢିଅଛି ଏହି ତନୁ ମନ ସୁନ୍ଦର ତାହାର ବିଲ ବନ ଲତା ସାଥୀ ପ୍ରିୟ ବନ୍ଧୁ ପରିଜନ । ତା ଆମ୍ର କୁଞ୍ଜର କୁହୁ କୁହୁ ତାନ ଫୁଲ ବଉଳର ମଧୁର […]

Subscribe US Now