ଫୁଲଙ୍କ ହାଟ – ସୁକାନ୍ତ ଖଣ୍ଡା

Views: 9
0 0
Read Time:2 Minute, 37 Second

ଫୁଲଙ୍କ ହାଟ ସହରେ ଆଜି ପସରା ମେଲି

ବିକନ୍ତି କେତେ ହୃଦୟ ଖୋଲି ନ କରି କଳି।

ଜଗତ ଧନ୍ଯ କରୁଛି ବୋଲି ଆନନ୍ଦେ ଆଜି

ନାଚନ୍ତୁ ସଦା ପ୍ରେମ ଦୋଳିରେ କାହାକୁ ଖୋଜି।

ବସନ୍ତ ଦୂରେ ହସୁଛି ତା’ର କରମ କରି

ଈଶ୍ବର ପାଖେ ପ୍ରଣତି ସହ ଶାନ୍ତିକୁ ଧରି।

ରାଜୁତି ତା’ର ମରତେ ଦ୍ବାରେ ପ୍ରେମରେ ମାତି

ବିଶ୍ବ ବ୍ରହ୍ମାଣ୍ଡ କାମନା ହୃଦେ କରାନ୍ତି ପ୍ରୀତି।

ପ୍ର।ଣୀ ଉଦ୍ଭିଦ ମଧୁର ମନେ ଯୋଡି଼ରେ ଯାଇ

ଭବିଷ୍ଯ ପାଇଁ ଚାଲନ୍ତୁ ସଦା ବଂଶ ବଢେ଼ଇ।

ଏ ଫୁଲ ହାଟ ଭାରି ନିଆରା ବରଷେ କେତେ

ସର୍ଦଦା ଏହା ମିଳେ କି ଭାଇ ହାତରେ ସତେ?

ଭାବୁଛ କ’ଣ ଚୁମି ଯାଉନ ନିଜର ଯିଏ

ଆଜି ତ ଅଛି କାଲିକୁ ଯଦି ଇଏ ପଳାଏ।?

ହାତରେ ଅଛି ଯେତେ ସମୟ ଫୁଲର ହାଟେ

ସମର୍ପି ଦିଅ ତନୁମନକୁ ଯାଇ ଏ ବାଟେ।

ବସନ୍ତ ତା’ର ଖୋଲି ଦେଇଛି ଆସିକି ନିଜେ

ଆହ୍ବାନ କରେ ସଭିଙ୍କୁ ଆଜି ହୁଅନି ବାଜେ।

ଫୁଲ ହାଟକୁ କୋଟି ପ୍ରଣାମ କରନ୍ତୁ ଆଜି

ଟିକି କବି ବି ମନକୁ ତା’ର ଦେଉଛି ଭିଜି।

ସୁକାନ୍ତ ଖଣ୍ଡା

ପୋ-ଚକ୍ରଧରପୁର ଭା-ହରିଚନ୍ଦପୁର

ଜି-କେନ୍ଦୁଝର

Share this :
Next Post

ମାତୃଭାଷା - ଡ. ପ୍ରିୟମ୍ବଦା ସାମଲ

ଉତ୍କୃଷ୍ଟ କଳାର ଦେଶ ଯିଏ ସେହି ନାଆଟି ତାର ଉତ୍କଳ ତାର ମାତୃଭାଷା ଭାରି ସରସା ମାତୃଭୂମି ଅଟେ ଓଡିଶା। ଆମ ମାତୃଭାଷା ଓଡିଆ ଅଟେ ସିଏ ଭାରି ବଢିଆ ଆମ ଠାକୁର ଜଗନ୍ନାଥ ସିଏ ପୁଣି ଜଗତର ନାଥ ଦାଣ୍ତ ଯାର ବଡ ଦାଣ୍ତ ନଦୀ ଯାର ମହାନଦୀ ଭୋଗ ଯାର ମହା ପ୍ରସାଦ ନେତଯାର ପତିତପାବନ ସବୁଠୁଁ ସୁନ୍ଦର ଯାର ଗିରିବନ ମନ୍ଦିରମାଳିନୀ ପରା ଅଟେ ନାମ […]

Subscribe US Now