ମାତୃଭାଷା – ଡ. ପ୍ରିୟମ୍ବଦା ସାମଲ

Views: 19
0 0
Read Time:2 Minute, 29 Second

ଉତ୍କୃଷ୍ଟ କଳାର
ଦେଶ ଯିଏ ସେହି
ନାଆଟି ତାର ଉତ୍କଳ
ତାର ମାତୃଭାଷା
ଭାରି ସରସା
ମାତୃଭୂମି ଅଟେ ଓଡିଶା।
ଆମ ମାତୃଭାଷା ଓଡିଆ
ଅଟେ ସିଏ ଭାରି ବଢିଆ
ଆମ ଠାକୁର ଜଗନ୍ନାଥ
ସିଏ ପୁଣି ଜଗତର ନାଥ
ଦାଣ୍ତ ଯାର ବଡ ଦାଣ୍ତ
ନଦୀ ଯାର ମହାନଦୀ
ଭୋଗ ଯାର ମହା ପ୍ରସାଦ
ନେତଯାର ପତିତପାବନ
ସବୁଠୁଁ ସୁନ୍ଦର ଯାର ଗିରିବନ
ମନ୍ଦିରମାଳିନୀ ପରା ଅଟେ ନାମ
ସେନେହ ଶରଧା ଯହିଁ ଭରପୁର
ସେହି ଦେଶ ଆମ ଉତ୍କଳ ନଗର
ତାର ଭାଷା ସୁ କୋମଳ ମଧୁର
ମାଧୁର୍ଯ୍ୟ ରେ ଭରପୁର
ଶିଖାଏ ବନ୍ଚିବାର ରାହା
ଆମ ମାତୃଭାଷା ଓଡିଆ।
ମାଆ ପରି ସିଏ
ଆମର ପ୍ରିୟ
ହୃଦୟୁ ବାହାରେ
ମନରୁ ସଂଚରେ
କହିହୁଏ ଖୋଲି କରି
ବୁଝିହୁଏ ପ୍ରାଣ ଭରି
ସେତ ସଂସ୍କୃତିର ପ୍ରାଣଧାର
ହୃଦୟ ସ୍ପନ୍ଦନେ
ରକ୍ତର ବନ୍ଧନେ
ବାନ୍ଧିରଖେ ଯେଉଁ ଭାଷା
ସିଏ ଆମ ମାତୃଭାଷା
ଶ୍ରେଷ୍ଠ ଆମ ମାତୃଭାଷା।

ଡ. ପ୍ରିୟମ୍ବଦା ସାମଲ
ଜବାହର ନବୋଦୟ ବିଦ୍ଯାଳୟ ଗଜପତି।

Share this :
Next Post

ଗାଁ ଫଗୁଣ - ଡଃ ପଦ୍ମଲୋଚନ ରାଉତ

ଫଗୁଣ ଆସିଲେ ଆମରି ଗାଁ କୁ କୃଷ୍ଣ ଚୂଡ଼ା ଫୁଲ ଫୁଟେ ଆମ୍ର କାନନେ କୋଇଲି କୂଜନେ ପ୍ରିୟତମା ଜଗେ ଘଟେ ଯୌବନ ମୁରୁକି ହସେ ପ୍ରିୟତମ ଯେବେ ଚୁମି ଦିଏ ବାରେ କିଆ ଫୁଲ ପରି ବାସେ l 1 ଦୂର ନୀଳାକାଶେ ମେଘ ମାଳ ଭାସେ ମଳୟ ପବନ ବହେ କୁହୁ କୁହୁ ତାନେ ବିମୋହିତ ପ୍ରାଣେ ପ୍ରିୟତମା ଧୀରେ କହେ ଆସିଛି ବସନ୍ତ ଧୀରେ ନବ […]

Subscribe US Now