ଗଣ୍ଠୁଲି – ସୁକାନ୍ତ ଖଣ୍ଡା

Views: 17
0 0
Read Time:3 Minute, 55 Second

ସାରା ଦୁନିଆଟା ଆଜି

ଗଣ୍ଠୁଲି ସଜାଡି଼ବା ଆଉ ସଞ୍ଚୟରେ ମଗ୍ନ

ଭବିଷ୍ଯତ ପାଇଁ।

କିଏ ଘର ଘର କରିବ ତ କିଏ ବିବାହ

କିଏ ପୁଣି ଧର୍ମରେ ତ

ଆଉ ବି କିଏ ପର ଗଣ୍ଠୁଲିରେ ମନ

ସୁଯୋଗକୁ ହାତଛଡା଼ ନ କରି ଲୁଟିବା ଇଛାରେ।

ଏ ଚିନ୍ତା ବସି ଭାବୁଥିଲା ସିଏ

ଯିଏ ସଞ୍ଚୟ କରି ନ ପାରି ଲୁହେ ଗାଧୋଉଛି

ଅଥଚ ତା’ର ଲୁହ ଓ କୋହକୁ ଦେଖି

ଇଏ କହିଲା ନାତିଆରେ

ଦୁଃଖ କରୁଛୁ କି

ଗଣ୍ଠୁଲିଟେ ସଞ୍ଚୟ ନ କରି?

ହେଲେ ମୋତେ ଦେଖ

ସଞ୍ଚୟ କରିକରି ନୟାନ୍ତ

ସାରା ଜୀବନଟା ବି କଟିଗଲା ଏଇ କର୍ମରେ

ମୁଁ କ’ଣ ନ କରିଛି କହ…?

କୋଠା,ଗାଡି଼ ଓ ମହଣ ମହଣ ସୁନା

ଘରେ ବସିବାକୁ ଥାନଟିକେ ନାହିଁ।

ହେଲେ ଆଜି ତୋ’ର ପରି ବି ଦୁଃଖ ଯେ-

ପାଇଲି କ’ଣ?

ପୁଅ,ବୋହୁ,ନାତି ଓ ନାତୁଣୀଠୁ

ଗାଳି ଆଉ ମାଡ଼ରେ ଭୋକିଲା ରହିବାକୁ ବି ହେଉଛି

କହ ତ ଏ ଗଣ୍ଠୁଲିକୁ

ମଲାବେଳେ ସାଙ୍ଗରେ ନେବିକି?

ଦୁଇ ସମ୍ପକୀୟ ଅଜାନାତିଙ୍କ ଆଖିରେ ଲୁହ

ଆଉ କୋଳାକୋଳି ହେଲେ।

ଜଣେ ଗଣ୍ଠୁଲି ସଜାଡି଼ ନ ପାରି ତ

ଆରକ ଗଣ୍ଠୁଲିକୁ ସଜାଡି଼ ସଜାଡି଼

ହଠାତ୍ ଜଣେ ସାଧକ ଆବିର୍ଭାବ ତ

ସେ କହିଲେ ଧନ ଓ ଯୌବନ

ନୁହେଁ ଚିରସ୍ଥାୟୀ

ତାକୁ ହାତେଇବା କାଠିକର ପାଠ

ଯାହାକୁ ଜନ୍ମରେ ଆଣିଛ

ତାକୁ ହିଁ ଧରି ଚାଲିଯିବ ମୃତ୍ଯୁରେ

ଏହା ଚିରନ୍ତନ ଆଉ ନିତ୍ଯ ନୂତନ।

ସେ ଚାଲିଗଲେ ତ

ଦୁଇ ଅଜା ଆଉ ନାତି

ବୁଝିଲେ ଗଣ୍ଠୁଲି ମହାତ୍ମ୍ଯ

ସେମାନେ ଲୁହ ଓ କୋହକୁ ଦୂରେଇ

ନିବୃତ୍ତ ହେଲେ ଆଉ

ପରମପିତାଙ୍କ ଉଦ୍ଦେଶ୍ଯରେ

ହାତ ଯୋଡି଼ଦେଇ

ସୁକାନ୍ତ ଖଣ୍ଡା

ଚକ୍ରଧରପୁର ଭା-ହରିଚନ୍ଦନପୁର ଜି-କେନ୍ଦୁଝର

Share this :
Next Post

ଜୀବନ - ଜିନଶ୍ରୀ ରାଉତରାୟ

ଏଇ ଜୀବନଟା ଏକ ନାଟକ ଆମେ ସବୁ କଳାକାର ଏ ନାଟକର ମୁହେଁ ରଙ୍ଗବୋଳି ଅଭିନୟ କରୁ ଚମତ୍କାର ।। ଦୁନିଆ ର ରଙ୍ଗମଞ୍ଚ ପରେ ବାଇଆ ହୋଇଛେ ସବୁ ସଂସାର ମାୟାରେ ଷଡରିପୁ ବଶୀଭୂତ ଆଜିର ମଣିଷ ବୁଝିପାରେ ନାହିଁ ଜୀବନ ରହସ୍ୟ ଜନ୍ମ ଅଛି ମାନେ ମୄତୁ ତ ନିଶ୍ଚିତ ବଞ୍ଚିବାକୁ ଏ ମଣିଷ ଶତ ତ ଚିନ୍ତିତ ଦୁର୍ଲଭ ଜନମ ଅଟେ ମଣିଷ ଜନମ ଭଲ […]

Subscribe US Now