ମାତୃଭାଷା – ଶ୍ରୀ ଭରତ ବନ୍ଧୁ ବିଶ୍ୱାଳ

Views: 12
0 0
Read Time:2 Minute, 9 Second

ଦେଖିଲି ବହୁତ ତାରକା ଖଚିତ
ରହଣି ଭୋଜନ ସ୍ଥଳୀ
ଗଣିଦେଲେ ଅର୍ଥ ଅଳପ ବେଶିକି
ଯଥାବିଧି ସୁଖ ମିଳି ।
ଭଲ ବ୍ୟବସାୟ କରନ୍ତି ଉଦ୍ୟୋଗୀ
ବିଶ୍ୱବ୍ୟାପୀ ଏହି ଶିଳ୍ପ
ଆମ ଆବଶ୍ୟକ ପଡିଲେ ଅବଶ୍ୟ
ଗୃହୀତ ହୁଏ ବିକଳ୍ପ ।
ଯାତ୍ରୀ ସେବା ସୁଖ ସାମୟିକ ବାସ
ନିମିତ୍ତ ଏହାର ସ୍ଥିତି
ଘର ପରିବାର ମାଆ ହାତରନ୍ଧା
ସଙ୍ଗେ ସରି ନୁହେଁ କିଛି ?
ମୋ ମାତୃଭାଷା ଜନ୍ମ କଲା ମାଆ
ମୋ ପାଇଁ ଚଳନ୍ତି ଦେବୀ
ସମ୍ମାନ ଦେବି ମୁଁ ପ୍ରତିଟି ଭାଷାକୁ
ମାଆକୁ ଜୀବନ ଦେବି ।
ବୁଝେ ମନକଥା ଅନ୍ତରର ବ୍ୟଥା
ନିଜ ଜନ୍ମ କଲା ମାଆ
ସୁପରିପ୍ରକାଶେ ହୃଦୟ ମନକୁ
ମାତୃଭାଷା ହୁଏ ସାହା ।
ମାଆ ମାତୃଭାଷା ଅତୂଲ୍ୟ ଅମୂଲ୍ୟ
ଅମୃତ ମହିମା ତାର
ତାହାର ଉନ୍ନତି ମୋ ପ୍ରାଣ ଶକତି
ମୁଁ ତା’ର ଧନ ସମ୍ବଳ ।

ଶ୍ରୀ ଭରତ ବନ୍ଧୁ ବିଶ୍ୱାଳ
ଉପର ବରୁଆଁ , କବୀର ପୁର

Share this :
Next Post

ଗଣ୍ଠୁଲି - ସୁକାନ୍ତ ଖଣ୍ଡା

ସାରା ଦୁନିଆଟା ଆଜି ଗଣ୍ଠୁଲି ସଜାଡି଼ବା ଆଉ ସଞ୍ଚୟରେ ମଗ୍ନ ଭବିଷ୍ଯତ ପାଇଁ। କିଏ ଘର ଘର କରିବ ତ କିଏ ବିବାହ କିଏ ପୁଣି ଧର୍ମରେ ତ ଆଉ ବି କିଏ ପର ଗଣ୍ଠୁଲିରେ ମନ ସୁଯୋଗକୁ ହାତଛଡା଼ ନ କରି ଲୁଟିବା ଇଛାରେ। ଏ ଚିନ୍ତା ବସି ଭାବୁଥିଲା ସିଏ ଯିଏ ସଞ୍ଚୟ କରି ନ ପାରି ଲୁହେ ଗାଧୋଉଛି ଅଥଚ ତା’ର ଲୁହ ଓ କୋହକୁ […]

Subscribe US Now