ଅନୁଚିନ୍ତା – ଶ୍ରୀ ଭରତ ବନ୍ଧୁ ବିଶ୍ୱାଳ

Views: 25
0 0
Read Time:2 Minute, 7 Second

ଷଢେ଼ଇକଳା ଓ ଖରସୁଆଁ ଗଲା
ସିଂହଭୂମି କାଳିମାଟି,
ବୀଜୟନଗର ବିଶାଖାପାଟଣା
ଆନ୍ଧ୍ର ସୀମାରେ ରହିଛି ।
କୋଟୀଆ ସହିତ ସୀମାବର୍ତ୍ତୀ ଗ୍ରାମେ
ଆନ୍ଧ୍ର ଆସୁଅଛି ପଶି
ଝାଡ଼ଖଣ୍ଡ ଆଉ ପଶ୍ଚିମବଙ୍ଗବଙ୍ଗ ବି
ଓଡ଼ିଶା ସୀମା ଲଙ୍ଘୁଛି ।
ଠକିନିଏ କିଏ ପାଦତଳୁ ମାଟି
ପାଣି ଖଣି ଓ ଖାଦାନ
ଅସୁରକ୍ଷ ‌ହୁଏ ବେଳା ଉପକୂଳ
ପଦା ଚରାଭୂମୀ ବନ ।
ଅନୁପାଳୁ ଜନ ରାଷ୍ଟ୍ରୀୟ ମର୍ଯ୍ୟାଦା
ପରାକ୍ରମ ସରହଦେ
ଜବରଦଖଲ ଅନୁପ୍ରବେଶକୁ
ନିନ୍ଦ ଦମ ଦୃଢ଼ ହସ୍ତେ ।
ଅପାର ସମ୍ପଦ ପରିପୂର୍ଣ ଭୂମି
ଉର୍ବରା ଅତୂଲ୍ୟ କଳା
ନୃତ୍ୟ ଗୀତ ଛନ୍ଦ ଭାଷା ସାହିତ୍ୟରେ
ଓଡ଼ିଶା ଗୁରୁ ଅନନ୍ୟା ।
ଚଳୁ ନନ୍ଦିଘୋଷ ସ୍ୱଚ୍ଛଳ ସ୍ୱଚ୍ଛନ୍ଦେ
ଭରସା କାଳିଆ ଡୋରି
ଫେରିଆସୁ ଆମ ଗୈ।ରବି ହୃତ
ସମୁଜ୍ଜ୍ୱଳ ସୁଖ ଶିରୀ ।

ଶ୍ରୀ ଭରତ ବନ୍ଧୁ ବିଶ୍ୱାଳ
ଉପର ବରୁଆଁ, କବୀର ପୁର
ଯାଜପୁର

Share this :
Next Post

ସ୍ପର୍ଶ - ଚିନ୍ମୟୀ ମହାପାତ୍ର

ସେ ମା ‘ର ହେଉ କି ବାପାର, ଭାଇର ହେଉ କି ଭଉଣୀର, ପ୍ରେମିକ ହେଉ କି ପ୍ରେମିକାର……. ସ୍ପର୍ଶ ହିଁ ଜୀବନ୍ତ, କଥାକୁହା କଣ୍ଢେଇ ସେ… ସ୍ମୃତିର କଥା କହେ… ହସ ଓ ଲୁହର… ବିରହ ଓ ବିଷାଦର ସ୍ନେହ, ଅନୁରାଗର ପ୍ରିତୀ, ପ୍ରଣୟର… କଥାକୁହା ସୁନ୍ଦର ଅତୀତର ପୃଷ୍ଠାଟିଏ ସ୍ପର୍ଶ.. !ବର୍ତ୍ତମାନର ନଉକାଟେ ଭବିଷ୍ୟତର ଦିଗବାରେଣୀ ଯନ୍ତ୍ରଟିଏ.. ସ୍ପର୍ଶ…. ନିଜସ୍ୱ ଠିକଣାଟିଏ.. ଖୋଜି ବୁଲୁଥାଏ ଏପଟ ସେପଟ […]

Subscribe US Now