ମାଆ ବିରଜାଇ ସାହା – ଶ୍ରୀ ଭରତ ବନ୍ଧୁ ବିଶ୍ୱାଳ

Views: 7
0 0
Read Time:2 Minute, 45 Second

ବିରଜା ମଣ୍ଡଳ ଅଧିଷ୍ଠାତ୍ରୀ ଦେବୀ
ଜୟ ଜୟ ମା ବିରଜା
ତ୍ରିପୁର ମୋହିନୀ ସିଂହଧ୍ୱଜାରୁଢା
ଆଦିଶକ୍ତି ଅଗ୍ରପୂଜ୍ଯା ।
ବାଜେ ଘଣ୍ଟଘଣ୍ଟା ବିଜୟ ନିନାଦ
ଦିବ୍ୟ ତୋ ମୂରତି ଜ୍ୟୋତି
ଶିରେ ଶୋହେ ଚନ୍ଦ୍ର ସତ୍ୟ ଓ ସୁନ୍ଦର
ଶିବ ଲିଙ୍ଗ ଗଣପତି ।
ନାଭି ଗୟା କ୍ଷେତ୍ର ପୁଣ୍ୟ ମୁକ୍ତି ପୀଠ
ଶୁଭ ସ୍ତମ୍ଭ ଯଜ୍ଞ କୁଣ୍ଡ
ପବିତ୍ର ବାରୁଣୀ ମହା ମଧୁ ଯୋଗ
ବୁଡ଼ ପୁରାଣ ପ୍ରସିଦ୍ଧ ।
ପୁଣ୍ୟ ବୈତରଣୀ ରସିକା କଢିର
ପବିତ୍ର ଜଳ ସାନିଧ୍ୟ
ମିଳଇ ପ୍ରଶାନ୍ତି ଶରୀର ଆତ୍ମାକୁ
ପିତୃପୁରୁଷଙ୍କୁ ଶ୍ରାଦ୍ଧ ।
ମହାନ ତପସ୍ୱୀ କପିଳମୁନିଙ୍କ
ପୂଜିତ କପିଳେଶ୍ୱର
ବୈତରଣୀ ତୀରେ ଶୋଭଇ ମନ୍ଦିର
ମଣି ଆଖଣ୍ଡଳେଶ୍ୱର ।
ଐତିହ୍ୟ ସମ୍ପନ୍ନ ଯଜ୍ଞ ଭୂମଣ୍ଡଳ
ବୈ।ଦ୍ଧ ଜୈନ କୀର୍ତ୍ତି ରାଜି
ପାଟକ ଗୁହକ ଯଯାତି କଟକ
ଭୈ।ମକର ରାଜଧାନୀ ।
ବରଦା ସୁଖଦା ବିରଜାଇ ମାତା
ଦିଅ ଢାଳି ଶୁଭାଶିଷ
କୃଷି ନୈ।ବାଣିଜ୍ୟେ ହେଉ ସୁସମୃଦ୍ଧ
ରାଜ୍ୟ ଓଡ଼ିଶା ବିକାଶ ।

ଶ୍ରୀ ଭରତ ବନ୍ଧୁ ବିଶ୍ୱାଳ
ଉପର ବରୁଆଁ, କବୀର ପୁର
ଯାଜପୁର

Share this :
Next Post

ସ୍ତୁତି ମୃଗୁଣୀ ର - ଶ୍ରୀ ଭରତ ବନ୍ଧୁ ବିଶ୍ୱାଳ

ସୁବାହୁ ଭରତଖଣ୍ଡ ଘୋରବନ ସହସ୍ର ଯୋଜନ, ନିତ୍ୟ ଚିରନ୍ତନ ଭୂମି ସେ କୈଳାସପୁର, ସତ୍ୟ ଶିବ ସ୍ୱଚ୍ଛନ୍ଦ ସୁନ୍ଦର, ବିହାର କରନ୍ତି ଯହିଁ ମହାଦେବୀ ପାର୍ବତୀ, ମହାପ୍ରଭୁ ସ୍ୱୟଂ ଦିଗପାଳ, ଈଶାନ ଈଶ୍ୱର । ମୃଗୁଣୀ ତାରାବତୀ ନିରୀହା ଜନତା, ସଦ୍ୟ ଅନ୍ତସତ୍ତ୍ୱ। , ଘେନି ବେନି ବାଳୁତନନ୍ଦନ ବିଚରଇ କ୍ଷୁଧାର ବିକଳେ, ସ୍ମରୁଥାଏ ଅହରହ ଇଷ୍ଟ ପ୍ରଭୁ ନାମ । ବିରୁପାକ୍ଷ ବ୍ୟାଧ ଆଜନ୍ମ ପ୍ରଲୁବ୍ଧ, ଚଉପାଶେ ପାତିଅଛି […]

Subscribe US Now