ମାତୃକୃପା – ଶ୍ରୀ ଭରତ ବନ୍ଧୁ ବିଶ୍ୱାଳ

Views: 22
0 0
Read Time:2 Minute, 9 Second

ଜାଣିନାହିଁ ଭକ୍ତି ଆରାଧନା ସ୍ତୁତି
ଅବୋଧ ତୋର ସନ୍ତାନ
ଅଭୟ ଶ୍ରୀପଦେ ହାତ ଦୁଇ ଯୋଡ଼ି
କରୁଛି ମା ନିବେଦନ ।
ମହାଯଜ୍ଞ ପୁର ଭାବାବେଗ ତୀବ୍ର
ମନ ପବନ ସମାନ
ଆଦର୍ଶ ସଙ୍କଳ୍ପ ସତ୍ୟ ସଦାଚାରେ
ଏକାଗ୍ର ହେଉ ପରାଣ ।
ମାତା ପାଦପଦ୍ମେ ହେଉ ସମର୍ପିତ
ଜୀବନ ଧରମ କର୍ମ
ଗରୀୟସୀ ମାତା ସ୍ୱରଗ ଠାରୁ ବି
ପରମେଶ୍ୱରୀ ମହାନ ।
ସ୍ଥାବର ଜଙ୍ଗମ ଜଡ଼ ପ୍ରାଣେ ଜାଗୁ
ଅଚିନ୍ତ୍ୟ ଚେତନ ଶକ୍ତି
ହସି ଉଠୁ ଧରା ଆନନ୍ଦ ଉଲ୍ଲାସେ
ସୁନ୍ଦର ଶ୍ୟାମା ପ୍ରକୃତି ।
ଚାଲୁଛି ଚାଲିବ ଅହରହ ନିତ୍ୟ
ଅଶ୍ୱମେଧ ମହାଯଜ୍ଞ
ମହାଦେବୀ ମାତା ଘେନ କର୍ମାହୂତି
ହୁଅ ବାରେ ସୁପ୍ରସନ୍ନ ।
ଜଗତ ଜନନୀ ସତ୍ୟ ସନାତନୀ
ମା ବିରଜା ଆଦି ଶକ୍ତି
କରେ କୃପା ଭିକ୍ଷା ପ୍ରାଣର ସ୍ୱରୂପା
ଦିଅ ମୁକ୍ତି ସଦଗତି ।

ଶ୍ରୀ ଭରତ ବନ୍ଧୁ ବିଶ୍ୱାଳ
ଉପର ବରୁଆଁ, କବୀର ପୁର
ଯାଜପୁର

Share this :
Next Post

ମୁଁ ଜଣେ ସମ୍ପାଦକ - ସୁକାନ୍ତ ଖଣ୍ଡା

ମୁଁ ଜଣେ ସମ୍ପାଦକ ପତ୍ରିକାର ନାମ “ଅକ୍ଷର ବିହୀନ” ଭାରି ସୁନ୍ଦର,ସୌନ୍ଦର୍ଯ୍ଯ ଓ ସାଜସଜ୍ଜା ଏଠି, ପ୍ରଶୟ ଦିଆଯାଏ ନି କପଟତା,ଉତ୍କୋଚ କି ବାଛ ବିଚାର ଫେରସ୍ତ ବି ଦିଆଯାଏ ନାହିଁ ଅମନୋନୀତ ଲେଖା। ଜାଣିଛ ! ଏଇ କେଇ ବର୍ଷ ଭିତରେ ନମ୍ବର ୱାନ୍ ହୋଇ ଯାଇଛି ଏପରି ପତ୍ରିକା ଆଉ କିଏ ହୋଇ ପାରିବ କୁହ? ଭାରି ସୁନ୍ଦର ତା’ କଭର ପେଜ ବିଷୟକୁ ନେଇ ସୁନ୍ଦର […]

Subscribe US Now