ମୁଁ ଜଣେ ସମ୍ପାଦକ – ସୁକାନ୍ତ ଖଣ୍ଡା

Views: 12
0 0
Read Time:5 Minute, 15 Second

ମୁଁ ଜଣେ ସମ୍ପାଦକ

ପତ୍ରିକାର ନାମ “ଅକ୍ଷର ବିହୀନ”

ଭାରି ସୁନ୍ଦର,ସୌନ୍ଦର୍ଯ୍ଯ ଓ ସାଜସଜ୍ଜା

ଏଠି,

ପ୍ରଶୟ ଦିଆଯାଏ ନି

କପଟତା,ଉତ୍କୋଚ କି ବାଛ ବିଚାର

ଫେରସ୍ତ ବି ଦିଆଯାଏ ନାହିଁ

ଅମନୋନୀତ ଲେଖା।

ଜାଣିଛ !

ଏଇ କେଇ ବର୍ଷ ଭିତରେ

ନମ୍ବର ୱାନ୍ ହୋଇ ଯାଇଛି

ଏପରି ପତ୍ରିକା ଆଉ କିଏ

ହୋଇ ପାରିବ କୁହ?

ଭାରି ସୁନ୍ଦର ତା’ କଭର ପେଜ

ବିଷୟକୁ ନେଇ ସୁନ୍ଦର ଓ ଆକର୍ଷଣୀୟ ଚିତ୍ର

ସେ ଜହ୍ନଁମାମୁଁଠୁ ବି ବଳି…

ପ୍ରସାର ପ୍ରସାର।

ଏମିତି କହି ଆକୃଷ୍ଟ କରେ

କବି,ଗାଳ୍ପିକ ଓ ଲେଖକଙ୍କୁ

ସେମାନେ ବି ଭଳି ଯାଆନ୍ତି

ମିଠାମିଠା କଥାରେ

ଫିଙ୍ଗି ଦିଅନ୍ତି ଅର୍ଥ ସବୁକୁ

ଆଉ ମୁଁ ଅର୍ଥ ସବୁକୁ ହଡ଼ପ୍

ବେଇମାନି ମୋ’ ନିଶା

ନୂଆନୂଆ କବି,ଗାଳ୍ପିକ ବା ଲେଖକକଙ୍କୁ

ସମ୍ମାନ ଓ ସମ୍ବର୍ଦ୍ଧିତ

ମୋଟା ଅଙ୍କ ମୋତେ ଆଣିଦିଏ

କାମନାର ଢେଉ,ଆନନ୍ଦିତ ହୁଏ ତନୁମନ

ନିଜ ମୁହଁରେ ପ୍ରଚାର କରେ କି-

ଆମ ଅନୁଷ୍ଠାନ

କାହାଠୁ ନିଏନି ଉତ୍କୋଚ।

ହେଲେ ମୁଁ କେତେ ଲୋକଙ୍କୁ ଠକି

ଠକେଇରେ ଧରାପଡି଼ ଯାଇଛି

ଅପମାନିତ ବି ପାଉଛି ହେଲେ

ନିଘା ନାହିଁ ସେ ଆଡ଼କୁ

ମୋ’ର ତ ଠକିବା ହିଁ-

ନିଶା ଆଉ ପେଶା ହୋଇଲାଣି

ଆତ୍ମ ସମ୍ମାନ ଚୁଲିକୁ ଯାଉ

ଅର୍ଥ ତ ଆସୁଛି ଦୁଃଖ କାହିଁକି?

ନିଜ ମୁଖରେ ଶତ ପ୍ରସଂଶାର ସୁଅରେ

ପୋତିଦିଏ,ଭସେଇ ଦିଏ।

ଦିନେ ଠକେଇରେ ପଡି଼ଥିବା ନବ ପ୍ରତିଭା

ଗାଳ୍ପିକଟେ ମୁହଁ ଖୋଲିଲା

କହିଲା ମୋ’ର ଅର୍ଥ ଫେରସ୍ତ ଚାହେଁ

ଅନ୍ଯଥା…

ଦରକାର ନାହିଁ ଆପଣଙ୍କ ପତ୍ରିକାରେ ଛାପିବା

ଫେରେଇବେ ନାହିଁ ତ

ସବୁ ସଂପାଦକଙ୍କୁ କାହିଁକି

ଏ ମିଥ୍ଯା କାରନାମା

ଟି.ଭି.,ରେଡି଼ଓ ଓ ପେପର ସହିତ

ଥାନାରେ ବି ଜଣେଇବି।

ଏ କଥା ଶୁଣି ଡରିଗଲି

ନୂଆ ଗାଳ୍ପିକଟି

ଯଦି ଆଗପଛ ନ ଭାବିବ ତ

ତେବେ…?

ନିଜକୁ ହେଜିଲି ଆଉ ଯେତିକି ଆଣିଥିଲି

ମୂଳ,ସମୂଳ ଓ ଚକ୍ରବୃଦ୍ଧି ସୁଧ ଦେଇ

କୃତାର୍ଥ କଲି।

ମୁଁ ଆଜି ବୁଝିଲି

ଭଣ୍ଡିବା ଏକ କଳା କାରନାମା

ଏହା ଶୋଷଣ ଓ ପାପ?

ନର୍କର ଦ୍ବାରକୁ ବି ଅଯୋଗ୍ଯ…

ମରି ବି ପାରିବା

କାଠିକର ପାଠ।

ସୁକାନ୍ତ ଖଣ୍ଡା

ପୋ-ଚକ୍ରଧରପୁର ଭା-ହରିଚନ୍ଦନପୁର ଜି-କେନ୍ଦୁଝର

Share this :
Next Post

ନବଦିଗନ୍ତ - ଶ୍ରୀ ଭରତ ବନ୍ଧୁ ବିଶ୍ୱାଳ

ଜାଗ କଳିଙ୍ଗ ଉଡ୍ର ଉତ୍କଳ ମୋ ପ୍ରିୟ କୋଶଳ ଓଡ଼ିଶା ଜାଗ ପ୍ରଗତି ସୂର୍ଯ୍ୟ ଉଦେ ପୂର୍ବାକାଶେ ଦିଶେ ସମୁଜ୍ଜ୍ବଳ ଦଶଦିଗ। ଗାଏ ମହୋଦଧି ତୋ ବିଜୟ ଗୀତି ଉଡ଼େ ପତିତପାବନ ବାନା ଅପରୂପ ଛନ୍ଦେ ନୃତ୍ୟ ବିଭୋର ଉଚ୍ଚ ଗିରି ଶିଖ ସବୁଜିମା । ତୋ ବନକାନନ ସମ୍ପଦ ପୂର୍ଣ୍ଣ ଶସ୍ୟ ଶ୍ୟାମଳ ତୋ ସମତଳ ନଦୀ ଓ ନିର୍ଝରେ ସାଇତା ତୋ ବକ୍ଷେ ମଧୁର ଜୀବନ ଶୀତଳ […]

Subscribe US Now