ଅଭୟ ଆଶ୍ରୟ – ଶ୍ରୀ ଭରତ ବନ୍ଧୁ ବିଶ୍ୱାଳ

Views: 7
0 0
Read Time:1 Minute, 44 Second

ଅରଣା ମଇଁଷି ମରଣ ହାରିଛି
ଯାର ଶୂଳ ବିଦାରେଣ
ସିଏ ମୋ ମାଆ ଜଗତଜନନୀ
ଖ୍ୟାତ ବିରଜାଇ ନାମେ ।
ତାର ପାଦଧୂଳି ମୋ ଲଲାଟ ଦୀପ୍ତି
ସିଏ ଜୀବନ ଦାୟିନୀ
ତା ସ୍ନେହ ଶରଧା ଅମୃତ ସମାନ
ମମତାର ମନ୍ଦାକିନୀ ।
ସିଏ ସବୁଜିମା ସକଳ ଆଧାର
ଶକତିର ଆଦିମୂଳ
କୃପାରେ ତାହାର ସଞ୍ଚରେ ଜୀବନ
ଜଡ଼ ଶବ ହୁଏ ଶିବ ।
ମଙ୍ଗଳ ମୂରତି ବିରଜା ବରଦା
ଜନନୀ ସର୍ବସହିଷ୍ଣ
ଅଭୟ ଆଶ୍ରୟ ତାର ପଦ୍ମପାଦ
ଗତି ନାହିଁ ମାଆ ବିନୁ ।
ମାତା ଦିବ୍ୟ ରୂପ ଫୁଟୁ ଛତ୍ରେ ଛତ୍ରେ
ଜୀବନେ ମୋ ଅନୁକ୍ଷଣେ
ବିକଶୁ ସୁମନ ଶୁଭ ସୁସଙ୍କଳ୍ପ
ମାତୃକୃପା ସନ୍ନିଧାନେ ।

ଶ୍ରୀ ଭରତ ବନ୍ଧୁ ବିଶ୍ୱାଳ
ଉପର ବରୁଆଁ, କବୀର ପୁର
ଯାଜପୁର

Share this :
Next Post

ମିଛ - ସୁକାନ୍ତ ଖଣ୍ଡା

ଗୋଟିଏ ସମାଧାନ ପାଇଁ ସତ୍ଯକୁ ଲୁଚେଇ ମିଛ କହିଦେଲି ଗୋଟିଏ ମିଛରୁ ଆଉ ମିଛମାନେ ଯୋଡି଼ ହୋଇଗଲେ ତାଙ୍କୁ ଘୋଡେ଼ଇବାକୁ ଯାଇ ପୁଣି ମିଛର ଆଶ୍ରୟ ନେଲି ତ ଆହୁରି ଆହୁରି ମିଛସବୁ ମୋ’ର ଚାରିପଟେ। ଆଜି ନିଜକୁ ଭାବୁଛି ପ୍ରଥମରୁ ସତ କହିଥିଲେ ବୋଧେ ଆଉ ମିଛମାନେ ସବୁ ପାଖକୁ ଆସି ନ ଥାନ୍ତେ ତ ସମାଧାନ ହୋଇ ଯାଇଥାନ୍ତା କିନ୍ତୁ ଗୋଟିଏ ମିଛ ମୋତେ ଆଣିଦେଲା କୋଟିଏ […]

Subscribe US Now