ଦୁଃଖି ମଣିଷ – ଚତୁର୍ଭୁଜ ସାହୁ

Views: 23
0 0
Read Time:1 Minute, 57 Second

ଦୁଃଖ ମୋ ପାଇଁ ଦର୍ପଣଟିଏ

ଦୁଃଖି ହୋଇ ଦେଖେ ମୁହଁ,
ସୁଖତ ନାହିଁ ଭାଗ୍ଯେ ମୋହର
ଛାତିତଳେ ଚାପେ କୋହ ।
କେବେ ସଖୀ ତମେ ମନେ ପଡିଗଲେ
ଶୁଖିଲା ସୁଖଟେ ପାଏ,
ଦୁଃଖି ମଣିଷ ଇଜ୍ଜତ କେତେ ଗୋ
ଅହରହ ଚାଲୁଥାଏ ।
ଦୁଃଖ ଦରିଆରେ ଭାସୁଛି ଜୀବନ
ଉଜାଣି ପବନ ବହେ,
ଦାରିଦ୍ର୍ୟତା ପରା ଚିର ସହଚର
ବେଦନା ମୂର୍ଚ୍ଛନା ଗାଏ ।
ନରକ ଯନ୍ତ୍ରଣା ଭାଗ୍ଯରେ ମୋର
ନିନ୍ଦା ଯେ ନନ୍ଦନବନ,
ମରୁଭୂମି ସିଝୁ ପ୍ରାୟେକ ସିଝୁଛି
ଦରପୋଡା ଯଉବନ ।
କୁହତ ସଜନୀ କି ଲାଭ ଜୀବନେ
ଶୁଖିଲା ସୁଖର ସୁଖି ,
ଦୁଃଖ ଦର୍ପଣ ହେଉ ଅଙ୍ଗୀକାର
ନରହୁ ଜୀବନେ ବାକି ।
ତଥାପି ହସୁଛି ଏଇତ ଜୀବନ
ସତେକି ବାଇଆ ବସା,
ଦୁଃଖି ମଣିଷର ଦୀନବନ୍ଧୁ ସାହା
ହେବିନାହିଁ ଲୋକହସା ।

ଚତୁର୍ଭୁଜ ସାହୁ

ଓସ୍କାପାଲି

ରାଜକିଶୋର ନଗର , ଅନୁଗୋଳ

୭୯୭୮୬୯୪୫୧୬

Share this :
Next Post

ବାପା ତୁମେ କେଉଁଠି ? - କଳ୍ପନା ସାହୁ

ଆଜିବି ମୁଁ ସେଇଠି, ଯେଉଁଠି ତୁମେ ମୋତେ ଛାଡି ଜାଇଥିଲ, ଫରକ୍ ଖାଲି ଏତିକି ! ଦିନ ବଦଳିଯାଇଛି, ମାସ ବିତିଚାଲିଛି, ଆଉ ବର୍ଷ ନିଜ ବାଟରେ ଅତିକ୍ରମ କରୁଛି । କେବଳ ମୁଁ ଅଟକି ଯାଇଛି ସେଇ ଜୀବନର କିନ୍ତୁ ଭିତରେ । ନାଁ ଆଗକୁ ବଢିପାରୁଛି, ନାଁ ସମୟ ମୋ ଅତୀତକୁ ଫେରେଇ ଦେଉଛି ? ଛନ୍ଦି ହୋଇ ରହିଯାଇଛି କର୍ତ୍ତବ୍ୟ ଆଉ ଦାୟିତ୍ୱ ଭିତରେ । […]

Subscribe US Now