ବେତାଳ ତାଳ – ଶ୍ରୀ ଭରତ ବନ୍ଧୁ ବିଶ୍ବାଳ

Views: 8
0 0
Read Time:3 Minute, 30 Second

କନକଲତା ରଙ୍ଗବତୀ ସୁର ତାଳେ
ବେଦମ ନାଚିଲା ।
ଦେଖିଲା ବି ରଜା ସପନ,
ଏକା ଏକା ନିଶାର୍ଦ୍ଧରେ ଚାଲୁଛନ୍ତି ରାଜା ବିକ୍ରମାର୍କ, ପିଠିରେ ଓହଳି
ପ୍ରଶ୍ନ କରୁଛି ବେତାଳ ।

“ରାଜନ! ମୁଁ ତ ଅଶରିରୀ,
ନାହିଁ ମୋର ଆକାର ପ୍ରକାର,
ପୁଣି ତୁମ ସହ ଏକାନ୍ତରେ ଏତେ ସବୁ ଆଳାପସଳାପ, ସତକୁହ !
ତୁମର ମୁଁ କେତେ ଆପଣାର ।
ସମ୍ପୂର୍ଣ୍ଣ ଭାର ତ ମୋର ବହନ କରିଛ ,
ତେବେ ନୁହଁଇ କି ପ୍ରତିଶତ
ପୂର୍ଣ୍ଣ ମୋର ସତ୍ତ୍ୱ ଅଧିକାର ?”

ଉବାଚିଲେ ବିକ୍ରମାର୍କ-
ପ୍ରଶ୍ନ ତୁମ ଅତୀବ ସରଳ,
ଅବ୍ୟୟ ଅବ୍ୟକ୍ତ ଅଟେ ଏହି ପ୍ରଶ୍ନୋତ୍ତର ।

ସଂସାରରେ ଏକାଧାରେ ମୁଁ ପୁତ୍ର,
ଭାଇ ବନ୍ଧୁ ସଖା ସହୋଦର,
ବୟ& କ୍ରମେ ଅଟଇ ରାଜନ,
ସାଧାରଣ ମଣିଷ ମୁଁ ଦେହଧାରୀ ପ୍ରାଣୀ
ବିହିତ ଅଟଇ କର୍ମ କର୍ତ୍ତବ୍ୟ ପାଳନ ,
ଆତ୍ମା ମୋର ବସ୍ତୁ ନୁହେଁ ବରଂ
ସ୍ୱଚ୍ଛନ୍ଦ ତତ୍ ସତ୍ ଚିତ୍ ନିତ୍ୟାନନ୍ଦ।
ତୁମେ ଛାୟାଦେହୀ ସୁଶୀତଳ ପ୍ରାଣପ୍ରିୟା ଚକାଜହ୍ନ କୋଣାରକ ଭଗନ ମନର,
ଉପନ୍ୟାସ କାବ୍ୟୋପମା
ସୁମଧୁର ସୁନେଲି କଳ୍ପନା
ନାୟିକା ମୋ ଅନୁପମା,
ନିବାସ ହୃଦୟକନ୍ଦେ
ଅନ୍ଧକାର ନିଭୃତ ଠିକଣା ।

ଦେଖ ପ୍ରିୟେ ଫାଟିଲା ସିନ୍ଦୂରା
ପୂର୍ବାକାଶେ ଉଇଁବ ଅରୁଣ ,
ସତୀର୍ଥ ପୂର୍ବସୂରୀ ଅନୁସରି
ଚାଲ ହେବା ଆମେ ଆଗୁସାର,
ଅଧିକାର ସର୍ବସ୍ୱ ରେ ପ୍ରୀତି କ୍ଷୀର୍ଣ,
ସିଂହାସନ ଶୂନ୍ୟ ।

ଶ୍ରୀ ଭରତ ବନ୍ଧୁ ବିଶ୍ୱାଳ
ଉପର ବରୁଆଁ, କବୀର ପୁର
ଯାଜପୁର

Share this :
Next Post

ଚାହା ଦୋକାନ - ଶ୍ରୀରାମ ସାହୁ

ସକାଳୁ ସକାଳୁ ଚାହା ଦୋକାନରେ ଭିଡ଼ଦେଖ ଲାଗିଲାଣି। ଦୋକାନୀ ଭାଇମୋ ପରଷି ଦେଉଛି ସଭିଙ୍କର ମନଜାଣି।୧ କିଏ ମାଗୁଅଛି ବିନାକ୍ଷୀର ଚାହା ମାଗେ କିଏ ବିନାଚିନି। ଲେମନ୍ ଚାହାକୁ ଥୋଡେ ଜଗିଥାନ୍ତି ଅମୃତ ପ୍ରାୟେକ ମଣି।୨ ଢୋକେ ଚା’ ସାଙ୍ଗକୁ ବିଡ଼ି ସିଗାରେଟ୍ ସାଙ୍ଗସାଥି ବନ୍ଧୁମେଳେ। ପିଉଥାନ୍ତି ନିତି ଅତି ଆନନ୍ଦରେ ସେନେହ ଭାବ ବିହ୍ୱଳେ।୩ ରାଜନୀତି ଚର୍ଚ୍ଚା ବସି କରୁଥାନ୍ତି ପତ୍ରପତ୍ରିକାକୁ ଧରି। ବାଜିମାଡ ହାତଧରି କରୁଥାନ୍ତି ସତରେ […]

Subscribe US Now