ସନ୍ଧ୍ୟା ଏକ ନୀରବଲଗ୍ନର – ସସ୍ମିତା ସାହୁ

Views: 13
0 0
Read Time:1 Minute, 25 Second

ଚପଳ ସନ୍ଧ୍ୟା ମୁଁ
ବ୍ୟସ୍ତ ଗୋଧୂଳି ର
ସଜଳ କଳ୍ପିତ ଆଶା ।
ଫଗୁଣ ଫଗୁରେ
ମଧୁର ସୁରଭି
ମାନମୟୀ ଅଭିଲିପ୍ସା ।।

ଭାବ ତରଙ୍ଗ ରେ
ଦୀପାଳୀ ମହକ
ଭକ୍ତି ର ମୂର୍ଚ୍ଛନା ତୋଳି ।
ଶୁଭ ସ୍ବାଗତର
ଅଭିନନ୍ଦନିକା
ଚେତନାର ଅର୍ଘ୍ୟାଞ୍ଜଳି ।।

ସମର୍ପିତ ମୁଦ୍ରା
ମୁଗ୍ଧ ନଳୀନୀ ର
କୁମୁଦିନୀ ପରିଭାଷା ।।

ତମସା ତର୍ପଣେ
ପୂଣ୍ୟ ଆବାହନୀ
ମୋହନ ମଞ୍ଜୁଳ ଗୀତି ।
ମନ ମଧୁକୁଞ୍ଜେ
ଚନ୍ଦ୍ର ମଲ୍ଲିକା ର
ଅଫେରା ନୀରବ ସ୍ମୃତି ।।

ପବିତ୍ର ବନ୍ଧନ
ସହମତି ଢାଳେ
ଆଞ୍ଜୁଳେ ସ୍ନେହର ଦିଶା ।।

ସସ୍ମିତା ପଣ୍ଡା
କଟିକଟା, କଟକ

Share this :
Next Post

ଅଗ୍ନିତ୍ସବ - ବାସନ୍ତି ଲତା ଜେନା

ମାଘ ପୂର୍ଣ୍ଣିମାରେ ଅଗ୍ନିତ୍ସବ ହୁଏ ନାମ ଅଗିରା ପୁନେଇଁ ପାରମ୍ପରିକ ଏ ଅଗିରା ପୁନେଇଁ ପ୍ରତିବର୍ଷ ପାଳୁ ଥାଇ l୧l ଓଡ଼ିଶାର ଏହା ଗଣପର୍ବ ପରା ଅନ୍ୟ ରାଜ୍ୟ ପାଳି ଥାନ୍ତି ପଶ୍ଚିମ ବଙ୍ଗରେ ତାମିଲି ନାଡୁରେ ମହାରାଷ୍ଟ୍ରରେ ପାଳନ୍ତି l୨l ଗାଁ’ର ମୁଣ୍ଡରେ ଉନ୍ମୁକ୍ତ ପ୍ରାଙ୍ଗଣେ ବାଉଁଶ କାଠ କୁଟାର ଗ୍ରାମ ଲୋକମାନେ ଏକତ୍ର ମିଶିଣ ଆୟୋଜନ ପୂଜନର l୩l ସନ୍ଧ୍ୟାର ଆଗତେ ଅଗ୍ନିଦେବ ପୂଜା ବ୍ରାହ୍ମଣ କରିଣ […]

Subscribe US Now