କଳା ବଦନ – ଭାରତୀ ରଥ

Views: 49
0 0
Read Time:2 Minute, 3 Second

ଦୂର ପରବତ ସୁନ୍ଦର ବୋଲି ତୁ ଦୁରେଇ ଗଲୁ କି କାଳିଆ ?
କାଳିଆ ବଦନ ନ ଦେଖିଲେ ପରା ଭାସିଯିବ ମୋର ଦୁନିଆ….

ଦୁନିଆର ଏଇ ମୋହମାୟା ମଧ୍ୟେ ଏମିତି ଦେଇଛୁ ଛନ୍ଦି
ଛନ୍ଦି ହୋଇ ମୁଁ ଯେ ସଂସାର ଜାଲରେ ଝୁରେ ତୋତେ କାନ୍ଦି କାନ୍ଦି……

କାନ୍ଦି କାନ୍ଦି ତୋତେ କେତେ ମୁଁ ଡାକିବି ଶୁଖୁନାହିଁ ଆଖି ଲୁହ
ଲୁହଭରା ମୋର ଜୀବନ କାହାଣୀ ଶୁଣାଇବି କା’ରେ କହ ?

କହରେ କାଳିଆ ଜନମ ଦେଇ ତୁ ଦେଲୁ କିମ୍ପା ଏତେ ଦୁଃଖ
ଦୁଃଖ ଦରିଆରେ ଭାସି ଭାସି ମୁଁ ଯେ ପାଇଲିନି ଦିନେ ସୁଖ…..

ସୁଖରେ ରହିଲେ ଭୁଲି ଯିବି କାଳେ ଏକଥା କି ଭାବି ନେଲୁ ?
ନେଲୁ ଯଦି ମୋର ସୁଖକୁ ଛଡାଇ ବଞ୍ଚାଇ କିମ୍ପା ରଖିଲୁ ?

ରଖିଲୁ ଯଦି ଏ ଭବ ସାଗରରେ ତୋ ପାଦେ ଦେ ଶରଣ
ଶରଣ ପଶି ତୋ ଚରଣ ତଳେ ମୁଁ ଲଭିବି ସୁଖ ମରଣ….

ଭାରତୀ ରଥ
ରଗଡି, ବାଙ୍କୀ, କଟକ.

Share this :
Next Post

ଲୁହ - ଦିଲେଶ୍ ମେହେର

ବୁଝେନା ସତେ ଏଦୁନିଆଁ କେବେ ପ୍ରକୃତ ଲୁହର ମୂଲ୍ୟ ଓଠରେ ଜେତେ ଥିଲେବି ହଁସ କାହାକୁ କହିବ କିସ।। ଛଳ ଛଳ ହୋଇ ଲୁହ ଦି ଟୋପା ଝରିପଡେ ବେଳେ ବେଳେ ମନ ଅନ୍ତରାଳେ ଗୁମୁରି କାନ୍ଦୁଛି ବିରହର କବଳେ ।। ନିର୍ଯାତିତ ଏବେ ଏ ପୁରୁଷ ଜାତି ନାରୀ ଙ୍କ ଅତ୍ୟଚାରେ ପ୍ରତାରିତ ଏ ମଣିଷ ସମାଜ ବିକଳେ କାନ୍ଦି ମରେ ।। ପାଲଟି ଜାଏସେ ନର ରାକ୍ଷସ […]

Subscribe US Now