ଗୋବର ଗଣେଶ – ଡଃ ପଦ୍ମଲୋଚନ ରାଉତ

Views: 31
0 0
Read Time:5 Minute, 3 Second

ଝଡ଼ ସମ ବଡ଼ ଭୟଙ୍କର ସିଏ
ଦୂରରୁ କରେ ମୁଁ ତାରେ ଜୁହାର
ଘଡଘଡି ସମ ଶୁଭେ ତାର ରଡି
କରି ନାହିଁ କେବେ କାହାକୁ ଡର
ସବୁବେଳେ ଜହ୍ନରାତି
ତ୍ରିଭୁବନ ଜିଣି ଗର୍ବ ଅହଂକାରେ
ବୋଲାଉଛି ମହା ସତୀ ? 1

ତାର ଆଗମନେ ଗର୍ଭଣି ଗାଈଟି
ଭୟେ ଛାଡି ଦିଏ ବାଟ
ଦେଖି ପାରେ ନାହିଁ କାହାରି ସୁଖ ସେ
ଇର୍ଷାରେ ଲଗାଏ ନାଟ
ଅହଙ୍କାରେ ଯାଏ ଜଳି
ଇଜ୍ଜତ ହୀନା ନାଗୁଣୀ ସାଜି ସେ
ସ୍ୱାଭିମାନ ଦିଏ ଦଳି l 2

ଅନ୍ଧ ଦେଶେ ଗଲି ଦର୍ପଣ ବିକି ଯେ
ଗରାଖ ମିଳିଲେ ନାହିଁ
ଗାଲୁଆ କରିଛି ବାରବାଟୀ ଚାଷ
ସୁନା ଫଳେଇବା ପାଇଁ
ଭାଗ୍ୟର ବିଡମ୍ବନା
ଫର ଫର ତାର ଉଡେ ତ୍ରିଭୁନେ
ଅହଂକାର ଯଶ ବାନା l 3

ତା ପାଦ ପଡିଲେ ଥରି ଉଠେ ପୁର
ଖେଳି ଯାଏ ନୀରବତା
ବାଘୁଣୀ ଗର୍ଜନେ ହୁଏ ପ୍ରକମ୍ପିତ
ମନେ ଆସେ କେତେ ଶଙ୍କା
ଥରି ଉଠେ ମୋର ଛାତି
ଭୂମି କମ୍ପ ହୁଏ ସାରା ମୁଲକରେ
ଯେବେ ଆସେ ମହାସତୀ l 4

ନିଜ ଢୋଲ ନିଜେ ପିଟିଲେ ସଂସାରେ
ମିଳେ ସିନା ଆତ୍ମତୃପ୍ତି
ନିଜର ଗରବ ନିଜେ ବଖାଣିଲେ
ବଡ଼ ହୁଏ ନାହିଁ ବ୍ୟକ୍ତି
ହୁଏ ସିନା ଲୋକହସା
ସବିନୟେ ଜ୍ଞାନୀ ଯୋଡି ଥାଏ ହାତ
ଲୋଡ଼େ ନାହିଁ ପରଶସା l 5

କଲ୍ୟାଣ ମୟୀ ଜନନୀ ନୁହେଁ ସେ
ସେ ନୁହେଁ ସହନଶୀଳl
ନାଗୁଣୀ -ବାଘୁଣୀ -ଉଗ୍ର ରଣ ଚଣ୍ଡୀ
ନବୀନ ଛଇଳି ବାଳା
ମୁଖେ ନାଇଁ ତାର ଲାଜ
ବଣ ବିଛୁଆତି ଗୋବର ଗଣେଶ
ଦେଖାଏ ଅଲଣା ତେଜ l 6

ଗୋବର ଗଣେଶ ଜ୍ଞାନ ମହାଦ୍ରୁମ
କବିଟିଏ ଦୁବ ଘାସ
ତୁଳସୀ ସମ ଦୁଇ ପତ୍ରରୁ
ଚହଟେ ତାହାର ବାସ
ପ୍ରତିଭା ପ୍ରଦୀପ ଜାଳି
ସୁଅ ମୁହଁର ପତର ସମ ସେ
ଭାସି ଯାଏ ଜଳି ଜଳି l 7

ଗୋବର ଗଣେଶ ‘ଠିକ ମଣିଷ ‘
କରି ନାହିଁ କେବେ ଭୁଲ
ଅଗାଧ ଜ୍ଞାନର ଅଧିକାରୀ ସିଏ
ମାରେ ସବୁବେଳେ ତେଲ
ବିଶ୍ୱାସେ ଦିଏ ବିଷ
ପ୍ରତିଶୋଧର ନିଆଁ ଜାଳି ପ୍ରାଣେ
ସୃଷ୍ଟି କରେ ସର୍ବ ନାଶ l 8

ଡଃ ପଦ୍ମଲୋଚନ ରାଉତ
ଗବେଷକ ଇଂରାଜୀ ସାହିତ୍ୟ,
କଳିଙ୍ଗ ବିଶ୍ୱବିଦ୍ୟାଳୟ, ରାଇପୁର
ଇଂରାଜୀ ଅଧ୍ୟାପକ,
ଗୋପବନ୍ଧୁ ଡିଗ୍ରୀ କଲେଜ, କାଲିମେଳା,
ମାଲକାନଗିରି l

Share this :
Next Post

କ୍ୟାମେରା କହୁଛି ମିଛ - ମୃତ୍ୟୁଞ୍ଜୟ ସାହୁ

ଧର୍ମ, କର୍ମ ଓ ସାମର୍ଥ୍ୟଏତ ପୌରାଣିକ କାହାଣୀ ହୋଇପଡିଛିଏକବିଂଶ ଶତାବ୍ଦୀରେଯଦି ସତ୍ୟର ଅନୁସନ୍ଧାନ କରାଯାଏତେବେ ନା ଧର୍ମ, ନା କର୍ମ, ନା ସାମର୍ଥ୍ୟକିଛି ବି ପ୍ରଭାବ ପକାଏ ନାହିଁଏଠି ପ୍ରମାଣ କହିଲେ ବୁଝାଏ,କ୍ୟାମେରା ଚକ୍ଷୁରେ କଏଦ ହୋଇଥିବାକିଛି ଚିତ୍ରପଟ ଓ ଚିତ୍ରଛବି,କିନ୍ତୁବେଳେବେଳେ କ୍ୟାମେରାର ଚକ୍ଷୁକୁମଧ୍ୟ କରାଯାଏ ବନ୍ଧନକିଛି ପାରିପାର୍ଶ୍ବିକ କାରଣକୁ ନେଇ,ଠିକ ଯେପରିକୌଣସି କାରଣ ବଶତଃରାସ୍ତାରେ ଯାଉଥିବା କାର୍ ବି ଫାଇନ ଗଣେହେଲମେଟ ନ ପିନ୍ଧିବା ଦୋଷରେନିର୍ଦ୍ଦୋଷ ବି ଦଣ୍ଡପାଏକିଛି […]

Subscribe US Now