ଗୋଦରି ଲୋ ନିଜ ଗୋଡ଼କୁ ଅନା – ସୁକାନ୍ତ ଖଣ୍ଡା

Views: 10
0 0
Read Time:2 Minute, 12 Second

କାହାର ଦୋଷକୁ ଦେଖିଲା ମାତ୍ରକେ

ଆଖିକୁ ଆଙ୍ଗୁଳି ଗେଞ୍ଜେ

ସହିପାରେ ନାହିଁ ଦେହ ମନ ମୋ’ର

ସକାଳେ ହେଉ କି ସଞ୍ଜେ?

ନିଜର ହୃଦୟେ ମେଞ୍ଚା ମେଞ୍ଚା ଦୋଷ

ତଥାପି ଆଖିକୁ ହାତ

ଯିବ କି କୁହ ତ ହେ ଜଗତେ ଭାଇ

ଚିନ୍ତା କରି କୁହ ସତ?

ଏହିପରି ଭାବି ନିତିଦିନ ମୁହିଁ

ସଭିଙ୍କୁ ଅଥୟ କରେ

ଦିନେ ମୋ’ର ନାତି ରାଗିକି କହିଲା

ଚାଲୁଣି ଲୋ ଶୁଣ ବାରେ।

ଛୁଞ୍ଚିକୁ କହୁଚ ଏଡେ଼ଏଡେ଼ କଣା

ଚାଲୁଣିର ମୋଟେ ନାହିଁ

ଭଲ କି ଦେଖତ ହୃଜୟକୁ ଖୋଲି

ସତରେ ଅଛି କି ନାହିଁ?

ନାତିଆର କଥା ବହୁତ ବାଧିଲା

କେହି କହିନାହିଁ ଦିନେ

ଏ ମେଞ୍ଚଡ଼ ଟୋକା ସ୍ବର ଉଠାଇଲା

କଷ୍ଟ ଦେଲା ଆଜି ପ୍ରାଣେ।

ସେହି ଦିନଠାରୁ ନିରବ ରହୁଛି

ନିଜକୁ ଗୋଦର ଭାବି

ଦେହ ମନ ପ୍ରାଣ ଲଗାମ ସହିତ

ପାଟିରେ ଥୋଇଛି ଚାବି।

ସୁକାନ୍ତ ଖଣ୍ଡା

ଚକ୍ରଧରପୁର ଭା-ହରିଚନ୍ଦନପୁର ଜି-କେନ୍ଦୁଝର

Share this :
Next Post

କୃଷକ - ନଳିନୀକାନ୍ତ ପାଢୀ

ମୁଁ ଏକ ଅଜଣା ପଥିକ ଆଜି ଯନ୍ତ୍ରଣାସିକ୍ତ ଓ କଣ୍ଟକିତ ପଥରେ ଜାଣେନି, ମୁଁ ଆସିଛି କୁଆଡୁ ଆଉ ,ଯିବି କୁଆଡକୁ ?? ଯଦିଓ, ମୁଁ ମୋତେ ଶେଷ କରିଦେବା ଆଗରୁ ମନରେ ବୁଦ୍ଧିଟିଏ ଆସେ ବୁଝି ପାରେମୋତେ ମୋ ସକ୍ଷମତାରେ ଆଉ , ରକ୍ଷା କରେ ଜଗତକୁ, ସୁଦୃଢ କରେ ମନ ,ହୃଦ ଓ ଆତ୍ମାକୁ ll ଆଜି କାହିଁକି ପୁଣି ଏକା ଏକା ଆସି ମୁଁ ବସେ […]

Subscribe US Now