କୃଷକ – ନଳିନୀକାନ୍ତ ପାଢୀ

Views: 11
0 0
Read Time:2 Minute, 55 Second

ମୁଁ ଏକ ଅଜଣା ପଥିକ ଆଜି
ଯନ୍ତ୍ରଣାସିକ୍ତ ଓ କଣ୍ଟକିତ ପଥରେ
ଜାଣେନି,
ମୁଁ ଆସିଛି କୁଆଡୁ
ଆଉ ,ଯିବି କୁଆଡକୁ ??

ଯଦିଓ, ମୁଁ ମୋତେ
ଶେଷ କରିଦେବା ଆଗରୁ
ମନରେ ବୁଦ୍ଧିଟିଏ ଆସେ
ବୁଝି ପାରେମୋତେ
ମୋ ସକ୍ଷମତାରେ
ଆଉ ,
ରକ୍ଷା କରେ ଜଗତକୁ,
ସୁଦୃଢ କରେ
ମନ ,ହୃଦ ଓ ଆତ୍ମାକୁ ll

ଆଜି କାହିଁକି ପୁଣି
ଏକା ଏକା ଆସି
ମୁଁ ବସେ
ଏକ ମୁନିଆ,
ଆବୁଡ଼ ଖାବୁଡ଼ ପଥର ଉପରେ
ଶୂନ୍ୟତା କୁ ଆବୋରିଥିବା
ଆକାଶ ଆଡେ ଚାହିଁ ??

ଅଥଚ,
ମୋତେ କେହି ଅନାନ୍ତି ନାହିଁ
କି କିଛି ବି ପଚାରନ୍ତି ନାହିଁ
ଯଦିଓ,ମୁଁ
ସମସ୍ତଙ୍କୁ ସୁରକ୍ଷାକରେ
ଓ ସେବାରେ ଲାଗିଥାଏ
ଦିନରାତି
ପ୍ରକୃତିର ଓ ପରିବେଶର
ଦୁଃଖ ସବୁ ଆକଣ୍ଠ ପାନ କରି ।।

କାହିଁକି ତ
କେହି ମୋତେ ପଚାରନ୍ତି ନାହିଁ
କିପରି ଅଛ,
ସରକାରୀ ଋଣ ପାଇଲ କି ନାହିଁ
ଏସନ, ସବୁ ଠିକ ଅଛି କି ନାହିଁ,
କିଛି ସମର୍ଥନ ଦିଅନ୍ତି ନାହିଁ
କି ଟିକିଏ
ପ୍ରଶଂସା କରିବା ତ ଦୂରେ ଥାଉ,
ମୋ ଆଡେ ଅନାନ୍ତି ନାହିଁ !!

ସବୁଠି ଯେମିତି
ରାଜନୀତିର ଛତ୍ର ଛାୟାତଳେ
ବିଚିତ୍ର କାରସାଦି
ଅଙ୍କାବଙ୍କା ନଈ ଧାର
ଗତିର ଚିତ୍ର ଓ ଚରିତ୍ର
ସବୁଠି ଛକ।ପଞ୍ଝା
ନୀତି ଅନୀତିର ଖେଳ
ଆଉ, ମୋ ଜୀବନ
ଦୁଃଖ ଛଳ ଛଳ ।।

ନଳିନୀକାନ୍ତ ପାଢୀ

Share this :
Next Post

ଯୋଗ୍ୟତା - ଡଃ ପଦ୍ମଲୋଚନ ରାଉତ

ଯୋଗ୍ୟତା ତମର ଅଛି କି ଏ ଭବେ କରିଛ କି କେବେ ଗବେଷଣା ବରିଷ୍ଠ ବୋଲି ଡେଙ୍ଗୁରା ପିଟୁଛ ସତେ କି ତମେ ମାନବେ ଗଣା ଧନ୍ୟ ତମ କରାମତି ଜ୍ଞାନ ତମର ଆକାଶ ଛୁଇଁଛି ତମେ ଭାଷା ସରସ୍ବତୀ ? 1 ପରଶଂସା କେବେ କାହାକୁ କରିଛ ଇର୍ଷାରେ ଯାଇଛ ସର୍ବଦା ଜଳି ବଡ଼ ଆତ୍ମ ଗର୍ବୀ ଅହଙ୍କାରୀ ତମେ କିଏ ଅଛି ଭବେ ତମ ଠୁଁ ବଳି […]

Subscribe US Now