ମାଆ ବରୁଣେଇ ଡାକେ ପୁକାରେ – ଶ୍ରୀ ଭରତ ବନ୍ଧୁ ବିଶ୍ୱାଳ

Views: 12
0 0
Read Time:2 Minute, 48 Second

ବରୁଣେଇ ମାଆ ଡାକୁଚି ଆ
କରୁଣେଇ ମାଆ ଡାକୁଚି ଆ
ଓଡ଼ିଶା ମାଟିର ବୀର ପାଇକ ମୋ
ଶୀଥିଳ କାହିଁକି ରକତ ନିଆଁ ?

ଦୁଇଶ ବରଷ ଯାଇଚି ପୂରି,
ବକ୍ସି ଜଗବନ୍ଧୁ ଭ୍ରମର ମାଧବ
ଗଲେଣି କି ତୋର ମନରୁ ଭୁଲି,
ବାଘ ତୋଟା କୂଳେ ବରଗଛ ଡାଳେ
ଶୁଭୁନି କି ଜୟୀ ପୁଅ କାନ୍ଦଣା ?
ବରୁଣେଇ ମାଆ ଡାକୁଚି ଆ—-

ପ୍ରବଳ ପ୍ରତାପୀ ଇଂରେଜ ଜାତି,
ଯାଇଥିଲା ଥରି ଯା ରଣ ହୁଙ୍କାରେ
ପାଇକ ପୁଏ ମୋ ଭୟ କାହିଁକି ?
ତୋ ଜନମମାଟି ପୁଣ୍ୟ ଦେବାଳୟ
ସୁରକ୍ଷା ପାଇଁ ତୁ ଆଗେଇ ଆ ।
ବରୁଣେଇ ମାଆ ଡାକୁଚି ଆ—-

ଜଳେ ମୋ ପାହାଡ଼ ବକ୍ଷେ ଅନଳ,
ହୃତ ମୋ ଗୈାରବ ଅତୀତ ର ଶିରୀ
ଗତି ଜୀବନର ପ୍ରତିକୁଳ,
ଉତ୍କର୍ଷତା ଶୀର୍ଷ ଦୂର ଅପହଞ୍ଚ
ନିସ୍ପନ୍ଦ କୈ।ଶଳ କଳା ସୁଷମା ।
ବରୁଣେଇ ମାଆ ଡାକୁଚି ଆ—-

ସଜଗୁ ମୋ ପୁଅ ଖୋରଧା ଗଡ଼େ,
ଜାଗୁ ମହାବଳ ପୁରପଲ୍ଲୀରେ
ସୁସ୍ମରୁ ସ୍ୱଭାବ ବିଜୟର ଗାଥା
ମାଆ ବରୁଣେଇ ଡାକେ ପୁକାରେ
ଜାତି ସ୍ୱ।ଭିମାନ ସ୍ୱ।ଧିନତା ରକ୍ଷା
କରମ ମହାନେ ହୁଅ ଆଗୁଆ ।
ମାଆ ବରୁଣେଇ ଡାକୁଚି ଆ—

ଶ୍ରୀ ଭରତ ବନ୍ଧୁ ବିଶ୍ୱାଳ
ଉପର ବରୁଆଁ, କବୀର ପୁର
ଯାଜପୁର

Share this :
Next Post

ପବିତ୍ର ବନ୍ଧନ - ଡ. ପ୍ରିୟମ୍ବଦା ସାମଲ

ତୁମେ ମୋ ଆକାଶେ ପୁନେଇଁ ଚାନ୍ଦ ପ୍ରୀତିର ରଜ୍ଜୁରେ ମୋତେ ତ ବାନ୍ଧ। ଦୂରରେ ଥାଇ ବି ହ୍ରୁଦୟେ ଥାଅ। ପାଖରେ ଥାଇ ବି ଦୂରେଇ ଯାଅ। ଜନ୍ମ ଜନ୍ମାନ୍ତର ତପସ୍ୟା ପରେ ଆସିଛ ତୁମେ ହେ ମୋର ଭାଗ୍ଯରେ। ତୁମେ ମୋ ମନର ଫୁଲ ଫଗୁଣ ପ୍ରେୟସୀ ହ୍ରୁଦୟେ ଝରାଇ ଶ୍ରାବଣ। ପ୍ରୀତିର ଜୋଛନା ଗୀତିର ସ୍ବର ବିରହୀ ପ୍ରାଣର ମେଘ ମହ୍ଲାର। ଫୁଲର ସୁରଭି ମୋ ପାଇଁ […]

Subscribe US Now