ସମୟ – ସୁକାନ୍ତ ଖଣ୍ଡା

Views: 18
0 0
Read Time:3 Minute, 29 Second

କହିଲେ କହୁଛ ସମୟଟା ମୋଟେ

ଯମା ଏବେ ଭଲ ନାହିଁ

ଖରାପ ସମୟ ଚାଲୁଅଛି ମୋ’ର

ଆଖିରୁ ବୋହୁଛି ପାଣି।

ମୋ’ ପାଇଁ ଈଶ୍ବର ଭଲ ସମୟକୁ

କରି ଦେଇଛନ୍ତି ବନ୍ଦ

ସର୍ବଦା ମୋହର ବେଳକୁ କାହିଁକି

କରନ୍ତି କପଟ ଛନ୍ଦ?

ଶୁଣିଲି ବନ୍ଧୁଙ୍କ ମୁହଁରୁ ଏ କଥା

ହସିକି କହିଲି ମୁହିଁ

ସମୟ ସର୍ବଦା ଶୁଭ ହୋଇଥାଏ

ଦୋଷ ଦିଅ କାହିଁ ପାଇଁ?

ଭଲ ସମୟ ତ ହସ ଆଣିଦିଏ

ଯିଏ କିଛି କ୍ଷଣ ପାଇଁ

ଅଥଚ ମନ୍ଦଟି ସୂଚାଇ ଦେଏ କି

ଭବିଷ୍ଯେ ସୁକର୍ମେ ଯାଇ।

ସୁକର୍ମ କରିଲେ ସମୟ ହୁଅଇ

ଶୁଭ ଆଉ ସୁଖମୟ

କୁକର୍ମେ ପିଇବ ଆଖିର ଲୁ଼ହକୁ

ବନ୍ଧୁ ହେବ ଦୁଃଖମୟ।

ବନ୍ଧୁ ମୋ’ ବୁଝିଲା ସମୟର ମୂଲ୍ଯ

ଲୁହେ ହତାଶ ନ ହୋଇ

ଭଲ କର୍ମ କରି ନିଜ ଭବିଷ୍ଯକୁ

ଟାଣିକି ଆଣିଲା ଯାଇ।

ହେ’ ବନ୍ଧୁ ମୋହର ଶତ ଧନ୍ଯବାଦ

ଦେବାରୁ ଉଚିତ୍ ଶିକ୍ଷ।

ଈଶ୍ବରଙ୍କୁ ଦୋଷ ଦେଉଥିଲି ମୁହିଁ

ମାଗୁଅଛି କ୍ଷମାଭିକ୍ଷ।।

ବନ୍ଧୁଙ୍କୁ କୁଣ୍ଢାଇ ଧରିଲି ଛାତିରେ

ଲୁହ ବୋହି ଯାଉଥିଲା

କୋଳାକୋଳି ହୋଇ ସମୟର ମୂଲ୍ଯ

ବୁଝି ହୃଦକଲା ଖୋଲା।

ଆଜି ଭଲ ହେଉ ଅଥବା ମନ୍ଦ ଏ

ସମୟର ଆହ୍ବାନକୁ

ସ୍ବୀକାର କରୁଛି ସୁକର୍ମ କରକି

ଯେ’ ବଳବାନ ମହୀରେ।

ହେ’ ସମୟ ତୁମେ ଆସୁଥାଅ ନିତି

ଭଲ ଅବା ମନ୍ଦ ହୋଇ

ତୁମର କରୁଣା ମୋ”ର ଭବିଷ୍ଯତ

ଛାଇ ପରି ଥାଅ ରହି।

ସୁକାନ୍ତ ଖଣ୍ଡା

ଶିକ୍ଷକ ମକାଶୁଖିଲା ପ୍ରାଥମିକ ବିଦ୍ଯାଳୟ ପୋ-ଚକ୍ରଧରପୁର ଭା-ହରିଚନ୍ଦନପୁର ଜି-କେନ୍ଦୁଝର

Share this :
Next Post

ସୁପ୍ରଭାତ - ଡଃ ପଦ୍ମ ଲୋଚନ ରାଉତ

କେତେ ଆଶା ନେଇ ନବୀନ ତପନ ଧାରାକୁ ଆସିଛି ଆଜି ସୁପ୍ରଭାତେ ଯେତେ ରାଗ ଅଭିମାନ ନିମିଷକେ ଯାଉ ଭାଜି ଏତିକି ପ୍ରାର୍ଥନା ମୋର ରୋଗ ବ୍ୟାଧି କଷ୍ଟ ଅଭାବ କଷଣ ଦୁଃଖ ପ୍ରଭୁ ଦୂର କର l 1 ପ୍ରତି ପ୍ରାଣେ ଦିଅ ଅପାର ଶକତି ନୂଆ ଆଶା ଦିଅ ଭରି ନିରୋଗ ଜୀବନ ସୁଖ ମୟ ହେଉ କର ଏ ଭଵରୁ ପାରି ଏତିକି କରେ ଗୁହାରୀ […]

Subscribe US Now