ଫୁଲ ଓ କୀଟ ଓ ଅନ୍ଯମାନେ – ଡ. ପ୍ରିୟମ୍ବଦା ସାମଲ

Views: 7
0 0
Read Time:2 Minute, 42 Second

କେବେ ଦେଖିଛ
ଫୁଲର କଢଟିକୁ
ଫୁଟିବା ପୂର୍ବରୁ

କୀଟଦ୍ରଂଷ୍ଟ
ହେବାର ମୁହୂର୍ତ୍ତକୁ….
କେବେ ଦେଖିଛ
ଏକ ସୁନ୍ଦର ସୁଗନ୍ଧିତ
ଫୁଲ ଟିକୁ କୀଟଟିଏ
ଟିକ୍ ଟିକ୍ କରି ଖାଇଯାଇ
ଆନନ୍ଦିତ ହେଉଥିବା
ମୁହୂର୍ତ୍ତକୁ…..
ଫୁଲଟି ଫୁଟି
ତାର ସୌନ୍ଦର୍ୟ୍ଯରେ
ସୁଗନ୍ଧିରେ ହୁଏତ
ପ୍ରଲୋଭିତ କଲା କୀଟକୁ
ହେଲେ କଳି
ନା ତାର ସୌନ୍ଦର୍ୟ୍ଯ
ନା ସୁରଭି
ଫୁଟିବା ଆଗରୁ
କୀଟଦ୍ରଂଷ୍ଟ………
କେବେ ଦେଖିଛ
ଏକ ସୁନ୍ଦର ସୁଗନ୍ଧିତ
ଫୁଲ ଚାରିପାଖରେ
ଘୁରି ବୁଲୁଥିବା
ଚିତ୍ର ବିଚିତ୍ର ପ୍ରଜାପତିଙ୍କୁ
ଫୁଲର ସୌନ୍ଦର୍ୟ୍ଯ କୁ
ଯେ ଦ୍ବିଗୁଣିତ କରେ
ତାର ଛୋଟ ଛୋଟ
କୁନି କୁନି ଡେଣା ଝାଡ଼ି ଝାଡ଼ି
ଅସ୍ପଷ୍ଟ ସ୍ବରରେ
ମନ୍ଦ ଅମନ୍ଦ ତାଳର
ଗୀତ ଗାଇ ଗାଇ…….
ଫୁଲ ତ ଏକ ନା
ସୁରଭିତ ଏକ
ତେବେ କୀଟ ଦ୍ରଂଷ୍ଟ
ହୁଏ କାହିଁକି?
ପ୍ରଜାପତିର ରଂଗୀନ୍
ଗୀତରେ ନ ଝୁମି
ଭୁଲ୍ କାହାର…
ଫୁଲର
ନା କୀଟର
ଗଛର
ନା ପରିବେଶର
ସ୍ରୁଷ୍ଟି ର
ନା ପ୍ରଳୟର
ନା ଈଶ୍ବରଙ୍କ ଇଚ୍ଛାର…..

ଡ. ପ୍ରିୟମ୍ବଦା ସାମଲ

Share this :
Next Post

ଗୋମାତା - ଜନ୍ମଜୟ ନାୟକ

ପରୋପକାର ପାଇଁ ତୋର ଜନମ, ମାତୃରୂପିଣି ତୁହି ଅଟୁ ମହାନ । ଗୋମାତା ବୋଲି ଜାଣେ ତୋତେ ଜଗତ, ହିନ୍ଦୁଙ୍କ ଦ୍ୱାରା ସର୍ବତ୍ର ତୁ ପୂଜିତ ।୧। ଚତୁଷ୍ପଦୀ ତୁ ପବିତ୍ରତା ପ୍ରତୀକ, ଦୁନିଆକୁ ଦେଖାଇ ଦାନ ଆଲୋକ । ସ୍ୱାର୍ଥପର ମଣିଷକୁ ହେଉ ସାହା, ବେସାହାରା ପାଏ ଜୀଇବାର ରାହା ।୨। ମଣିଷ ପାଳେ ତୋତେ ଲାଭ ଆଶାରେ, ତୋର ଦୁଗ୍ଧ ପିୟୁଷ ସମ ଅଟେରେ । ମାଆଛେଉଁଣ୍ଡ […]

Subscribe US Now