ପ୍ରେରଣା ରାତ୍ରି ର…. – ମୃତ୍ୟୁଞ୍ଜୟ ଦାସ

Views: 40
0 0
Read Time:2 Minute, 19 Second

କୋଟିଏ ତାରା ମଧ୍ୟରେ ଗୋଟିଏ ଚାନ୍ଦ
ସତେ ଯେମିତି ଷ୍ଟ୍ରିଟ ଲାଇଟ ଧରା ମାଳା
ମଝିରେ ଚାରିଛକ ରେ ଟଙ୍ଗା ଯାଇଥିବା
ଉଚ୍ଚ ଆକାଶୀ ସେଇ ହେଲୋଜିନ ମାଳl
ବସନ୍ତ ରାତ୍ରି ଆଗମନୀ ସୁରଭି ଗୋ
ବିକଶିତ ଯୁଗରେ ଯେମିତି ମୋ
ଥୁଣ୍ଟା ଲେଖନୀର କବିତା ମାଳା..
ଆଃ କି ଆନନ୍ଦ ସତେ ପ୍ରେମିକା ନାହିଁ
ଆଉ ପ୍ରେମିକର ୟେ ତୃଷନିତ ବିଳାପ??
ବଉଳ ପେନ୍ଥି ଗୋଡି ଆମ୍ବ ହେଉଛି..
ଭୋରୁ କୋଇଲି କୂ କୂ ଡାକୁଛି..
ରାଧା ଆଉ କୃଷ୍ଣଙ୍କ ବସନ୍ତ ପଞ୍ଚମୀ
ଆଜି ସପ୍ତମୀ ହେଲାଣି ଆଉ
୬ ଦିନେ ଶିବରାତ୍ରି ହେବ…
ସେଇଠୁ ଫଗୁଣ ମହାକିବ…
ଫଗୁ ଥାଳି ଧରି କାଳିଆ ରସିକ..
ବୃନ୍ଦାବନେ ରାସ ରଚିବ.. ଆଉ!!!
ସେଇ ଛନ୍ଦରେ ଫଗୁ ଗନ୍ଧରେ..
ମୋ ରାଧା କୃଷ୍ଣ ପ୍ରେମୀ ଗାଇବ..
ହରେ କୃଷ୍ଣ ହରେ କୃଷ୍ଣ
କୃଷ୍ଣ କୃଷ୍ଣ ହରେ ହରେ
ହରେ ରାମ ହରେ ରାମ
ରାମ ରାମ ହରେ ହରେ…

ମୃତ୍ୟୁଞ୍ଜୟ ଦାସ,
ଶ୍ରୀକ୍ଷେତ୍ର ପୁରୀ ll

Share this :
Next Post

ଈଶ୍ୱର ଏକ ଅନୁସନ୍ଧାନ - ନବ କୁମାର ଦାସ

ଏଇ ପରିକଳ୍ପନାର ପୃଥିବୀରେ ପୂର୍ଣ୍ଣତା ,ଅପୂର୍ଣ୍ଣତା ଭିତରେ ଲୁଚିଥାଏ ଅନୁସନ୍ଧାନୀ ପ୍ରକ୍ରିୟା ଟିଏ ଯେଉଁଠି ସଂଘର୍ଷ ଭିତରେ ସତ୍ୟ ସମାଧାନର ସଂକଳ୍ପରେ ଯୁଗଜନ୍ମା ନୂଆ ଏକ ପରିଚୟରେ ସେ ବଡ଼ ,ସାନ ,ବନ୍ଧୁ ଯିଏବି ହୁଅନ୍ତୁ ll ମୁଁ ତ ସେଇଠି ଈଶ୍ୱର ମାନଙ୍କୁ ଖୋଜେ ଯେଉଁମାନଙ୍କ ଦର୍ଶନରେ ଯୁଗଳ ନୟନରୁ ଆନନ୍ଦାଶ୍ରୁ ଝରି ପଡେ ମୁଣ୍ଡ ଆପେ ଆପେ ନଇଁଯାଏ ତାଙ୍କ ଚରଣ କମଳକୁ ମଧୁର ବଚନର ମରମକୁ […]

Subscribe US Now