ସେଇ ଝିଅଟି ପାଇଁ – ସୁରେଶ ଚନ୍ଦ୍ର ମହାନ୍ତ

Views: 35
0 0
Read Time:2 Minute, 18 Second

ସୁଜନା ଫୁଲ ସୂରିଆରେ

ଦେଖିତେ ଭଲ ଦୁରିଆରେ

ଗାଉଥିବା ତମେ ଦେଖି ଥିବ

ସେଇ ମୁକୁଳା କେଶୀ ଝିଅଟିକୁ

ଲଙ୍ଗଳକଣ୍ଟି କି ଢେଂକିକୋଟରେ

ବରବେଡା, କପ!ସପଡା

ଆସିଲେ ଗଲେ ନେତା ମନ୍ତ୍ରୀ

ଅସହାୟ ସେଇ ଝିଅଟି ପାଇଁ

କେବେ କହିଲେନି ପଦେ

ଧନ୍ୟ ନେତା, ଧନ୍ୟ ମନ୍ତ୍ରୀ

ବସନ୍ତ ମଳୟକୁ କହୁଥିଲା

ଭାଇ ତାର ହୋଇଛି ଶହୀଦ

କାର୍ଗିଲ ଯୁଦ୍ଧରେ

ସେଇ ଦିନୁ ହୋଇଛି ପାଗଳୀ

ଛୋଟ ବେଳୁ ମାଆ ବାପା

ଯାଇଛନ୍ତି ସରଗପୁର

ତର୍ପଣ ପରେ ବଣୁଆ ମାଆ

ଉଡ଼ିଗଲା ନୂଆ ସାଥିରେ

ଭଙ୍ଗା ଘରେ ଚକା ଜହ୍ନ

ଘରେ ସାପ ବେଙ୍ଗର ରାଜୁତି

ତଥାପି କେବେ

ଦିନସଖ!, ଲକ୍ଷ୍ମୀ, ଅନନ୍ତ

ଇନ୍ଦିରା ଆବାସଟିଏ ଲାଗି

ମୁହଁଖୋଲି ପଦେ କହିଲେନି

ତେଲିଆ ମୁଣ୍ଡରେ ତେଲ

ତଣ୍ଡୀବେଡା, କଷିବେଡା ଭକ୍ତି

କେତେ ଦିନ ଆଉ କେତେ ଦିନ ?

ରାଇବଣ ନବୀନ ଉଷା କଣ

ଆସିବନି ସେଇ ଝିଅଟି ପାଇଁ !

ସୁରେଶ ଚନ୍ଦ୍ର ମହାନ୍ତ

କୋଠାଘର, ପାଟଣା, କେନ୍ଦୁଝର

Share this :
Next Post

ଶିକ୍ଷକ ଓ ରାସ୍ତା - ସୁକାନ୍ତ ଖଣ୍ଡା

ଶିକ୍ଷକ ଓ ରାସ୍ତା ଦୁଇଟି ଶଦ୍ଦ ଜଣେ ଠିଆ ହୋଇ ଚେଲାଙ୍କୁ ତ ଆରକ ନେଇଯାଏ ସବୁ ପ୍ରାଣୀଙ୍କୁ ଠିକଣା ଯାଗାକୁ। ଯେଉଁଠି ପରିପୂର୍ଣ୍ଣ ତା’ ମନର ମନ,ବିବେକର ବିବେକ ସତ୍ଯ ଆଉ ଧର୍ମ ପାଳନ କରିବାକୁ। ସତରେ ! ଶିକ୍ଷକ ତା’ ଚେଲାକୁ ପହଞ୍ଚାଏ ମୁକ୍ତିର ଦ୍ବାରକୁ ଯେଉଁଠି ଈଶ୍ବର ସଙ୍ଗେ ଖେଳିବେ ସୁନାମାଛ ଓ ହୀରାର ବେଙ୍ଗୁଲୀ ପରି ଆଉ ରାସ୍ତା ତ ବୋହି ନେଇଥାଏ ଅତି […]

Subscribe US Now