ଦୁହିତା – ଡ଼. ପଦ୍ମଲୋଚନ ରାଉତ

Views: 65
0 0
Read Time:3 Minute, 52 Second

ଅରି ନାହିଁ ଯାର ସେ ଅରି ନାଶିନୀ
ସୃଷ୍ଟିର ଅମୃତ ଧାର
ନାନା ରୂପେ ସିଏ ହୋଇ ଅବତିର୍ଣ୍ଣl
ଆଂକେ ସେ ମମତା ଗାର
ତା ସମ କିଏ କାହିଁ
ନାରୀ ବିନା କିବା ଏ ସୃଷ୍ଟି ସମ୍ଭବ
କିଏ ବା ପାରିବ କହି ? 1

ନାରୀ ନାରାୟଣୀ ଭଗିନୀ ଜନନୀ
ଜାୟା ଦୁହିତା ରୂପିଣୀ
ଶକ୍ତି ସୁରୂପିଣୀ ମଙ୍ଗଳ କାରିଣୀ
ସର୍ବସହା ସ୍ନେହାଙ୍ଗିନୀ
ସେ ନୁହେଁ କେବେ ଦୁର୍ବଳା
ମମତାମୟୀ ସେ ଚିର ବନ୍ଦନୀୟା
ଅବଳା ସହନଶୀଳl l 2

ଜଗତ କରତା ବିଶ୍ୱ ନିୟନ୍ତା
ପରମେଶ୍ୱରଙ୍କ ଦାନ
ଜଗତ କଲ୍ୟାଣେ ଜନମି ଭୁବନେ
ଜୀବନ ହୁଏ ତା ଧନ୍ୟ
ଜନମ ସଂସାର ପାଇଁ
ଦୁହିତା ସେ ଦୁଇ କୁଳକୁ ହିତା
ତା ସମ କିଏ କାହିଁ ? 3

ସକଳ ଯାତନା ସହି ସହି ସିଏ
ପରକୁ ଆପଣା କରେ
ଜଳି ଜଳି ନିଜେ କରେ ଆଲୋକିତ
ବାନ୍ଧେ ସେ ମମତା ଡୋରେ
ତଥାପି ସେ ଅସହାୟା
ଜନନୀ ଜଠରୁ ଦିଆଯାଏ ମାରି
ଜଳେ ଅସନ୍ତୋଷ ନିଆଁ l 4

ସରିନି ସଂଗ୍ରାମ ମରି ନାହିଁ ଅରି
ଲିଭିନି ଜୀବନ ବତୀ
କନ୍ୟା ଦାନ ଅଟେ ଶତ ମହା ପୁଣ୍ୟ
ହଟିନି ଅନ୍ଧାର ରାତି
ଜାଗି ଉଠ ପୁଣ୍ୟମୟୀ
ନର ରାକ୍ଷାସ ଶଇତାନ ନାଶି
ହୁଅ ତୁ ବିଶ୍ୱ ଜୟୀ l 5

ନାରୀ ନାରାୟଣୀ ଜଗତ ଜନନୀ
ବନ୍ଦନା କରୁଛି ତାରେ
ଜାଗି ଉଠ ଦେବୀ ସଙ୍କଟ ହାରିଣୀ
ପୁଣ୍ୟ ଜାହ୍ନଵୀ ନୀରେ
ସଂଯମ ଧର୍ଯ୍ୟବଳେ
ମାତୃ ଜାତିର ଗୌରବ କେତନ
ଉଡ଼ୁ ଥାଉ କାଳ କାଳେ l 6

ଡ଼. ପଦ୍ମଲୋଚନ ରାଉତ
ଇଂରାଜୀ ଅଧ୍ୟାପକ,
ଗୋପବନ୍ଧୁ ଡିଗ୍ରୀ କଲେଜ, କାଲିମେଳା,
ମାଲକାନଗିରି l
(ଗବେଷକ, ଇଂରାଜୀ ସାହିତ୍ୟ
କଳିଙ୍ଗ ବିଶ୍ୱବିଦ୍ୟାଳୟ, ରାଇପୁର )
( ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ….. )

Share this :
Next Post

ଆଶା ଓ ନିରାଶା - ସୁକାନ୍ତ ଖଣ୍ଡା

ଅଳସୁଆ ସଦା ଅଳସ ପଣରେ ନିରାଶା ହୃଦୟେ ବୋହି ହାତ ଓ ଗୋଡ଼କୁ ଅଚଳ କରଇ ଆଖିରୁ ଲୁହ ଗଡେ଼ଇ। କହୁଥାଏ ସଦା ମୋ’ ଦେଇ ହେବନି ଏହିସବୁ ବଡ଼ କାମ କେମିତି କରିବି ବୁଦ୍ଧି ଦିଶୁନାହିଁ କଲେ ନେଇପାରେ ଯମ। ତା’ର ହୃଦୟରେ ବସା ବାନ୍ଧିଥାଏ ନିରାଶାର ମିଥ୍ଯାକାଳ ସେ ପାଇଁ ଦେହ ଓ ମନର ଭିତରେ ଜାଗେ ନାହିଁ ମୋଟେ ବଳ। ଅଳସ ପଣକୁ ପରିହରି ଯଦି […]

Subscribe US Now