ଶକୁନ୍ତଳା – ସୁରେଶ ଚନ୍ଦ୍ର ମହାନ୍ତ

Views: 17
0 0
Read Time:1 Minute, 15 Second

ତମ ପାଇଁ ମନା ହସ୍ତିନା

ହେ ମୁନି କନ୍ୟା ଶକୁନ୍ତଳା

ଅବଶ୍ୟ ତମେ ମଳୟ ମରୁତ

ଦୁଷ୍ମନ୍ତ ପାଇଁ ପ୍ରେରଣାର

ତଥାପି ବିନା ଦୋଷେ ହୁଅ

ତାଙ୍କଠାରୁ ନିର୍ଯାତିତ

ନ ଦେଖାଇ ନାମାଙ୍କିତ ମୁଦ୍ରିକା

ଆଜି ତମେ ନରେଶେ ଅଚିହ୍ନ!

ସବୁ ଦେଇ ଭଲ ପାଇ

କଣ୍ୱ ଆଶ୍ରମ ଲଳନା

ସର୍ବଂ ସହା ବସୁନ୍ଧରା ହୋଇ

ତମେ ଥିବ ମୁହଁ ନ ଖୋଲି

କେତେଦିନ ଆଉ କେତେଦିନ

ଆଦରି ସ୍ମୃତିର ଭରତ !

ସୁରେଶ ଚନ୍ଦ୍ର ମହାନ୍ତ

କୋଠାଘର, କେନ୍ଦୁଝର

Share this :
Next Post

ନାରୀ - ବୈଜୟନ୍ତିମାଳା ରାଉତ

ନାରୀ ତୁହି ଦେବୀ ପୁଣି ମମତା ମନ୍ଦିର ତୋ ପାଇଁ ହସୁଛି ସତେ ଏ ସାରା ସଂସାର।। ମାତୃ ରୂପେ ତୁହି ପୁଣି ପାଳୁଛୁ ଦୁନିଆଁ, ସଭିଙ୍କର ଯତ୍ନ ନେଉ ହୋଇ ପୁଣି ଜାୟା ।। ଭଗିନୀ ପରି ତୁ କରୁ ସଭିଙ୍କ ଆଦର , ଦୂର୍ଗା ରୂପେ କରୁ ତୁହି ଶତ୍ରୁଙ୍କ ସଂହାର ।। କନ୍ୟା ହୋଇ ନେଉତୁହି ସଭିଙ୍କର ମନ , କେହି ନେଇପାରିବେନି କନ୍ଯାଟିର ସ୍ଥାନ।। […]

Subscribe US Now