ମା – ସସ୍ମିତା ସାହୁ

Views: 52
0 0
Read Time:1 Minute, 12 Second

ମା’ ନାମ ଅଟେ କେତେ ଯେ ମଧୁର
ତାହା ଭାଷାରେ ସମ୍ଭବ ନୁହଁ
ମନ ଖୋଲି ଥରେ ମା’ ଡାକି ଦେଲେ
ଖୁସିର ଝରଇ ସୁଅ

କେତେ ଦୁଃଖ କଷ୍ଟ ନିଜର କରିଛି
ଆମର ମଙ୍ଗଳ ପାଇଁ
ସଂସାରର ସିଏ ଅମୂଲ୍ୟ ପ୍ରତିମା
ତା ମମତାର ସୀମା ନାହିଁ

ସେହି ମା’ କୋଳେ ଜନମ ମୋହର
ଭାଗ୍ୟବାନ ଅଟେ ମୁହିଁ
ଦୁନିଆକୁ ଆଜି ଜଣାଇ ଦଉଛି
ମୋ ମା’ ପରି କେହି ନାହିଁ
ମୋ ମା’ ପରି କେହି ନାହିଁ

ସସ୍ମିତା ସାହୁ

ଗୋପୀନାଥ ପୁର ବଡମ୍ବା, କଟକ

Share this :

Average Rating

5 Star
0%
4 Star
0%
3 Star
0%
2 Star
0%
1 Star
0%

One thought on “ମା – ସସ୍ମିତା ସାହୁ

  1. Awesome miss ..keep it up.. grow well .. I really appreciate your lines .. awesome ❤️ ❤️❤️🌹

Comments are closed.

Next Post

ମହିଳା ଦିବସ - ଅରୁଣ କୁମାର ମହାପାତ୍ର

ଜନନୀ ଅଟଇ ନିର୍ମଳ ଝରଣା ମମତାର ନଦୀଧାର ଭଗିନୀ ପ୍ରେମିକା ଅବା ସହଚରୀ ନିର୍ମଳ ଜୋସ୍ନା ରାତିର। ଶକ୍ତିମୟୀ ସିଏ ଶ୍ରଦ୍ଧାର ପ୍ରତୀକ ବିଚିତ୍ର ଏ ବିଶ୍ୱ ପକ୍ଷେ ମହନୀୟା ସିଏ ଚୀର ବଦନୀୟା ପୂଜନୀୟା ଧରା ବକ୍ଷେ। ମହିଳା ବିକାଶ ପ୍ରଗତିର ବାଟ ଦେଖାଏ ଦେଶ ବାସୀଙ୍କୁ ମାଆର ପ୍ରେରଣା ସ୍ନେହ ଶ୍ରଦ୍ଧା ପରା ଗଢଇ ତା ସନ୍ତାନକୁ ସବୁ କ୍ଷେତ୍ରେ ଆଜି ମହିଳା ପ୍ରବେଶି ଦେଖାଇଛନ୍ତି ପ୍ରତିଭା […]

Subscribe US Now