ଦୀପ ଓ ଧୂପକାଠି – ସୁକାନ୍ତ ଖଣ୍ଡା

Views: 31
0 0
Read Time:3 Minute, 39 Second

ଦୀପ ଧୂପକାଠି ଏହି ସରଞ୍ଜାମ

ପୂଜାର କାମରେ ଲାଗେ

ପବିତ୍ର ମନର ଜଳୁଥାନ୍ତି ସଦା

ଈଶ୍ବର ସମ୍ମୁଖ ଭାଗେ।

ପୂଜା ହେଲେ ଲୋଡା଼ ପଡିଥାଏ ସଦା

ଦୀପ ନ ହେଲେ ବି ଧୂପ

ଦୁହେଁ ଠିଆ ହୁଏ ଈଶ୍ବର ଆଗରେ

ନ ହେଲେ ଛନକା ପାପ।

କେଜାଣି କାହିଁକି ଧୂପକାଠି ବେଶି

ପ୍ରଥମେ ଆଗକୁ ଆସେ

ଚିଠା କଲାବେଳେ ଲେଖାହୁଏ ନାମ

ଜଳଜଳ ସଦା ଭାସେ।

ଭାବୁଥିଲା ବସି କୁନିପୁଅ ଦିନେ

ଗାଲରେ ହାତକୁ ଧରି

ମାଆ ଦେଖିକରି କହିଲେ ପୁଅରେ

ଲୁହ ଆସେ କିଆଁ ଝରି?

ପୁଅ କହିଗଲା ମାଆ ତୁମେ କୁହ

ଧୂପକାଠି ଆଉ ଦୀପ

ଫରକ କ’ଣ କି ଆଗ ଧୂପକାଠି

ପଛେ ଲୋଡା଼ ମାଟିଦୀପ?

ମାଆ ହସିକରି କୋଳରେ ବସାଇ

କହିଲେ ଶୁଣରେ ପୁଅ

ପ୍ରଥମତଃ ମାଟି ଦୀପ ଲୋଡା଼ ପାଇଁ

ଦର୍କାର ବଳିତା ଘିଅ?

ଦୀପ କି ଜଳିବ ଏ ଦୁହେଁ ନ ହେଲେ

ଏଥିପାଇଁ ଧୂପକାଠି

ଶସ୍ତା ଓ ସୁନ୍ଦର ବଜାରରେ ମିଳେ

ଥିବ ବି ପୁଳାଏ କାଠି।

ବିନା ପରିଶ୍ରମେ ଶୀଘ୍ର ମିଳିପାରେ

ହାତ ପାଆନ୍ତାରେ ଯିଏ

ଅଳସୁଆ ମନ ସେଇଟାକୁ ଆଗ

ସେଇଥିପାଇଁ ତ ଚାହେଁ।

ସବୁଠାରୁ ବଡ଼ କଥା ତ ଏଇଆ

ମାଟିଦୀପ ପବନରେ

ଲିଭିଯାଏ ଶୀଘ୍ର କିନ୍ତୁ ଧୂପକାଠି

ମହକେ ଅଧିକ ଘରେ।

ଧୂପର ମହକ ସଭିଙ୍କୁ ଆନନ୍ଦ

ବେଶିକରି ଦେଇଥାଏ

ସେ ପାଇଁ ସଭିଏଁ ଦୀପଠୁ ଧୂପକୁ

ବେଶିବେଶି ଭଲପାଏ।

ପୁଅ ଶୁଣିକରି ମାଆଙ୍କ ଗାଲରେ

ଚୁମାଟିଏ ଆଙ୍କିଦେଇ

ଧନ୍ଯବାଦ ଦେଇ ବଜାରକୁ ଗଲା

ପୂଜା ସରଞ୍ଜାମ ପାଇଁ।

ସୁକାନ୍ତ ଖଣ୍ଡା

ଶିକ୍ଷକ ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର

Share this :
Next Post

ଯନ୍ତ୍ର ମାନବ - ମୃତ୍ୟୁଞ୍ଜୟ ସାହୁ

ଧନ୍ୟ ହେ ଯନ୍ତ୍ର ମାନବତୁମକୁ ଗଢିଏ ମାନବସମାଜ ଭାବେଯେ ସେ ସବୁଠାରୁ ଉନ୍ନତସବୁ କିଛି ଜାଣିଛି ସେସବୁ କିଛି କରିପାରେ ତା ବୁଦ୍ଧିରେଏହା ସତ୍ୟକିନ୍ତୁବେଳେବେଳେ ସେଇ ମଣିଷ ବି ଧୋକା ଖାଏଏ ଯନ୍ତ୍ର ମାନବ ପାଖରେହାରିଯାଏ ତା ବୁଦ୍ଧିହୋଇପଡେ ଦିଗହରାହରାଇ ବସେଆତ୍ମନିର୍ଭରଶୀଳନିର୍ଭର କରେ ତୁମକୁ ପ୍ରତେକ କ୍ଷେତ୍ରରେଖୋଜିବୁଲେସବୁ ମୁହୂର୍ତ୍ତରେ….ସାମାନ୍ୟତମ ଜୀବନର ଅଙ୍କକୁ ସମାଧାନ ପାଇଁ ଖୋଜିବୁଲେ ତୁମର ସାହାରାସତେ ଯେମିତିମେଘ ବିନା ମୟୁରଜହ୍ନ ବିନା କଇଁସାଥି ବିନା ସ୍ମୃତିଆଉ ଏ […]

Subscribe US Now