ନାରୀ – ସୁରେଶ ଚନ୍ଦ୍ର ମହାନ୍ତ

Views: 17
0 0
Read Time:1 Minute, 19 Second

ସ୍ନେହମୟୀ ତୁ କରୁଣା ପ୍ରଦାୟିନୀ

ଝରଫୁଲ ସମ ନ ଯାଅ ଝରି

ନାରୀ ପାଇଁ ଧନ୍ୟ ନର ଜନମ

ତେଣୁ ଅଟୁ ପରା ଦେବୀ ସମାନ

ବାଟ ଦେଖାଉ ଧରି ତୋ ହାତରେ

ସୁନ୍ଦର ଧରାର ପ୍ରକୃତି କୋଳରେ

ଅଳି ଅଝଟ କେତେ ଯେ ସହି

ବଡ଼ କରୁଛୁ କୋଳେଇ କାଖେଇ

ନ ଅରି ତୁ ପରା ନାରୀ

ଦେବୁନି କେବେ ନୟନେବାରି

ପାପ ଦେଖିଲେ ନହୁଁ କାହାର

ଦୁର୍ଗାରୂପେ ଦେଖାଉ ଶକ୍ତି ତୋହର

ସଦା ଆଶିଷ ଥାଉ ମୋ ଉପରେ

ତୋ ଲାଗି କରିବି ଭଲ କରମ !

ସୁରେଶ ଚନ୍ଦ୍ର ମହାନ୍ତ
କୋଠାଘର, କେନ୍ଦୁଝର

Share this :

Average Rating

5 Star
0%
4 Star
0%
3 Star
0%
2 Star
0%
1 Star
0%

2 thoughts on “ନାରୀ – ସୁରେଶ ଚନ୍ଦ୍ର ମହାନ୍ତ

  1. କବିତା ପଢ଼ି ମତାମତ ଦେଇଥିବାରୁ
    ଆପଣଂକୁ ଧନ୍ୟବାଦ

Comments are closed.

Next Post

ନାରୀ - ଶ୍ରୀମତୀ ଦୀପ୍ତିମୟୀ ବାରିକ୍

ନାରୀ ନାହିଁ ଯାହାର ଅରି ସେ ନାରୀ ଯିଏ ଏ ସୁନ୍ଦର ସଂସାରକୁ ଢାଙ୍କି ରଖିଥାଏ ତା ପଣତରେ ପ୍ରେମ,ସ୍ନେହ ମମତରେ ଭରି ନାରୀ ତାର କେତେ ଯେ ରୂପ କେତେ ଯେ କାହାଣୀ କେବେ ମାଆ, ଭଉଣୀ, ଖୁଡି, ମାଉସୀ ସାଙ୍ଗସାଥି ଆଉ ପତ୍ନୀ ପ୍ରେୟସୀ ତଥାପି କାହିଁକି ସଭିଙ୍କ ଦୃଷ୍ଟିରେ ଆଜି ବି ନାରୀ ବିଚାରୀ ଆଜି ବି ନାରୀ ବିଚାରୀ ନାରୀ ନୁହେଁ ସେ ନାରାୟଣୀ […]

Subscribe US Now