ବାବା ଚନ୍ଦ୍ରକଳ୍ପେଶ୍ୱର – ଜଗନ୍ନାଥ ଚୌଧୁରୀ

Views: 57
0 0
Read Time:1 Minute, 53 Second

ନୂଆପେଣ୍ଠ ଗ୍ରାମ ମଧ୍ୟ ଭାଗେ ଅଛି
ପ୍ରସିଦ୍ଧ ଶିବ ମନ୍ଦିର
ମନ୍ଦିରରେ ରହି ପାଉଛନ୍ତି ପୂଜା
ବାବା ଚନ୍ଦ୍ରକଳ୍ପେଶ୍ୱର ।।

ପ୍ରଦୀପ,ବାବୁଲା,ରୁବୁଲା ଓ ବୁଲା
ପୂଜକ ଏ ମନ୍ଦିରର
ବାବାଙ୍କ ସେବାରେ ସଦା ନିୟୋଜିତ
ସତେ କି ଭାଗ୍ୟ ତାଙ୍କର ।।

ଶିବରାତ୍ରି ଦିନ ମନ୍ଦିର ପ୍ରାଙ୍ଗଣ
ହୁଏ ଉତ୍ସବ ମୁଖର
କାହିଁ କେତେ ଦୂରୁ ଆସନ୍ତି ଭକତେ
ପାଳିବା ପାଇଁ ଜାଗର ।।

ଡ଼ାକିଲେ ଶୁଣନ୍ତି ସହାୟ ହୁଅନ୍ତି
ଭୋଳା ବାବା ମହେଶ୍ୱର
ଦୀପଟିଏ ଜାଳି ଶ୍ରଦ୍ଧାରେ ଜପିଲେ
ସବୁ ଦୁଖଃ ହୁଏ ଦୂର ।।

ସାର୍ଥକ ହୋଇଛି ଜୀବନ ଆମରି
ଜନମି ଏହି ଗ୍ରାମରେ
ବିପଦେ ଆପଦେ ଚନ୍ଦ୍ରକଳ୍ପେଶ୍ୱର
ଥାଆନ୍ତି ଆମ ସାଥିରେ ।।

ଜଗନ୍ନାଥ ଚୌଧୁରୀ
ନୂଆପେଣ୍ଠ, ଗଂଜାମ

Share this :
Next Post

କେମିତି କହିବି.... - ଭଜରାମ ସେଠୀ

କେମିତି କହିବି ଉତ୍କଳ ସନ୍ତାନ ଯେଉଁଠି ନାରୀଟେ ନିଇତି ବଳାତ୍କାର ପାଉଛି ! କେମିତି କହିବି ଉତ୍କଳ ସଜନ ଯେଉଁଠି ନ୍ଯାୟ ନ ପାଇ ନିର୍ଦୋଷୀଟେ ଆତ୍ମହତ୍ଯା କରୁଛି ! କେମିତି କହିବି ଉତ୍କଳ ଶିକ୍ଷକ ଯେଉଁଠି ଭାଷାର ମହତ ଦିନକୁ ଦିନ ହ୍ରାସ ହେଉଛି ! କେମିତି କହିବି ଉତ୍କଳ ଓକିଲ୍ ଯେଉଁଠି ନ୍ୟାୟ ନିଷ୍ପତ୍ତି ଟଙ୍କାରେ ବନ୍ଧା ହୋଇଛି ! କେମିତି କହିବି ଉତ୍କଳ ଡକ୍ଟର ଯେଉଁଠି […]

Subscribe US Now