ଏଠି କ’ଣ ଚାଲିଛି……? – ତ୍ରିନାଥ ବେହେରା

Views: 9
0 0
Read Time:2 Minute, 45 Second

ମାଙ୍କଡ ହାତରେ ଶାଳଗ୍ରାମ ଏଠି
ଅନ୍ଧ ଦେଶେ ବିକ୍ରି ହୁଏ ଦର୍ପଣ
ବିରାଡି କପାଳେ ଶିକା ଛିଣ୍ଡେ ନିତି
ତେଲିଆ ମୁଣ୍ଡରେ ତେଲ ହିଁ ଜାଣ
ନୀରବରେ ସହି କଲେ ହଜମ
ସ୍ବାର୍ଥୀ ଦୁନିଆରେ ପ୍ରିୟପାତ୍ର ତୁମ୍ଭେ
ବଦହଜମେ ଅରଣ୍ୟେ ରୋଦନ…
ବିରାଡି ବୈଷ୍ଣବେ ଯେ ମାଡି ବସିବେ
ଅଣ୍ଟି ଛୁରୀ ତଣ୍ଟି କାଟେ ଯେସନ ାା

ଏ ଘର ମାଉସୀ ସେ ଘର ପିଉସୀ
କୁଜି ନେତା ଟାଉଟର ହୁଅନ୍ତି
ଅଦା ବେପାରୀଏଁ ନିତି ନିତି ଏଠି
ଜାହାଜର ମୂଲ ଚାଲ କରନ୍ତି
ଅଳସୁଆ କରେ ବାରବାଟୀ ଚାଷ
ହାତ ଅଳସରେ ବଙ୍କା ହୁଏ ନିଶ
ଦୁନିଆର ରୀତି ଏଇ….
କହି ଦେଲେ ଥରେ ବୀର ଦର୍ପରେ
ବଳଦ ବିନ୍ଧିବାଟା ପକ୍କା ଭାଇ ାା

ପୁଣି ଗାଁ କନିଆଁ ତ ସିଂଘାଣି ନାକି
ତା ମଧ୍ୟେ ପ୍ରତିଭା କେ ନ ଦେଖନ୍ତି
ଯିଏ ଆଗୁସାର ଦିଅନ୍ତି ଗୋଡ ଟାଣି
କଙ୍କଡା କୁ ସୋହେ ଗୋଳିଆ ପାଣି
ସଭିଁଏଁ ଡାଙ୍ଗରେ ମହୁ ଯେ ଖାଆନ୍ତି
ହାତେ ନ ମାରିକି ଭାତରେ ମାରନ୍ତି
କିଛି ବକ ଧାର୍ମିକ ସାଜି ଏଠି…
ଏ ଦୁନିଆ ବୁକୁରୁ ଚାଲିଛି କେବଳ
ଜୋର ଯାର ମୁଲକ ତାର ନୀତି ାା

ତ୍ରିନାଥ ବେହେରା, ବଡକୋଦଣ୍ଡା

Share this :
Next Post

ମୋ ପ୍ରିୟ ମହାଦେବ - ମମତା ବାରିକ

ଦେବ ଙ୍କ ଦେବ ମୋର ମହାଦେବ ପୂଜେ ତମକୁ ହୃଦୟେ ମୋର ରଖେ ହୃଦୟ କୁ ମୋର ଉଜାଗର ଆହେ ମୋ ଭୋଳାଶଙ୍କର।। ଶବର ପାଇଲା ମୁକ୍ତି ତମ ଦୟାରେ ରହିଲା ଶିବଲୋକରେ ତୁମକୁ ପୂଜିଥିଲା ତା ଅଜାଣରେ ଭାଗ୍ୟବାନ ଥିଲା ସତରେ।। ତାପରି ଭକ୍ତି ନାହିଁ ମୋର ପାଖରେ ପୂଜିବି ତମକୁ ହୃଦୟରେ ସବୁ କୁଭାବନା ହିଂସା ଦୂରେଇ ଦିଅ ମୋ ମନ ହୃଦସମ୍ଭରୁ।। ସମୁଦ୍ର ମନ୍ଥନ ରେ […]

Subscribe US Now