ବୈ ତରଣୀ – ସୁରେଶ ଚନ୍ଦ୍ର ମହାନ୍ତ

Views: 49
0 0
Read Time:1 Minute, 49 Second

ଛୋଟ ବେଳେ ପଡି ଉଠି

କୂଳେ ଯେବେ ତୋରି

ବୁଲୁ ଥିଲି ମୁଁ ଜମା

ଯାଇ ନାହିଁ ପାସୋରି !

ସିନ୍ଦୁର ଗୌରୀ

କନିଆଁ ଵୁଡା ସୁନାଚୁଳି

ନିରେଖି ଦେଖିଛି ପ୍ରାଣେ

ମନୋହର ଶିରୀ !

ଅନ୍ଧାର ହୋଇ ଯେବେ

ଆସେ ରାସ୍ତା ଘାଟ

ଭୟେ ବରଜି ଆସୁ

ବୈତରଣୀ ତୋ ତଟ !

ରାତି ଖିଆ ସାରି କୋଳେ

ବସି ବୁଢ଼ୀ ମାଆ ର

କଥା ପଡେ ଭୀମକୁଣ୍ଡେ

ମଲେ କେତେ ଏଥର !

ଏ ସକଳ ଅନ୍ତେ ପୁଣି

ନିଶିଥ ଶୟନେ

ତୋ ମନୋହର ରୂପ

ଶିରୀ ଦେଖୁ ସପନେ !

ଇଛା ହୁଏ ମାନସିକୁ

ଫିଙ୍ଗି ଦେଇ ଦୂରେ

ବୁଲନ୍ତି ଯାଇ ସୁଖେ

ବୈତରଣୀ ତୋ ତୀରେ !

ତଥାପି ପ୍ରତୀକ୍ଷା ରେ

ରହିଛି ବୁଢୀପଳା

ଦିନେ ଏ ଜୀବନେ

ଯାଇ ମିଳିବଇଁ ପରା !

ସୁରେଶ ଚନ୍ଦ୍ର ମହାନ୍ତ

କୋଠାଘର, ପାଟଣା, କେନ୍ଦୁଝର

8455829685

Share this :

Average Rating

5 Star
0%
4 Star
0%
3 Star
0%
2 Star
0%
1 Star
0%

One thought on “ବୈ ତରଣୀ – ସୁରେଶ ଚନ୍ଦ୍ର ମହାନ୍ତ

Comments are closed.

Next Post

କଳ - ଡ. ପ୍ରିୟମ୍ବଦା ସାମଲ

ପ୍ରଥମ ଦେଖାରେ ତୋ ଇଶରା ପାଇ ରାଗିଗଲି ସବୁ ପ୍ରେମିକା ଙ୍କ ପରି କେମିତି ବି ଆପଣେଇ ନେଲି ତୋତେ ଏତେ ଶୀଘ୍ର ମୁଁ ଜାଣେନା…. ତୋତେ ନ ଦେଖିଲେ ମନଟା ମୋ ଛକପକ ହୁଏ ତୋତେ କଥା ନଶୁଣିଲେ ମନଟା ମୋ ଗୁମ୍ ସୁମ୍ ରହେ ତୋ ପାଇଁ କେତେ କଣ କଥା ଶୁଣେ ତାସ୍ଛଲ୍ଯ ବି ହୁଏ ସାଙ୍ଗ ମାନେ ଟୁପ୍ ଟାପ୍ ଫୁସ୍ ଫାସ୍ଟ ହୁଅନ୍ତି […]

Subscribe US Now